ସକାଳୁ ସକାଳୁ ଦକ୍ଷିଣ କୋରିଆରେ ‘ବିନାଶ’ ସୃଷ୍ଟି କଲେ କିମ ଜୋନ ଉନ

ପୋଙ୍ଗୟାଙ୍ଗ,୫।୧: ଉତ୍ତର କୋରିଆ ଦକ୍ଷିଣ କୋରିଆ ଆଡକୁ ୨୦୦ରାଉଣ୍ଡ ବୋମା ଫିଙ୍ଗିଛି। ଯଦିଓ ଏହି ବୋମା ଦକ୍ଷିଣ କୋରିଆ ଅଞ୍ଚଳରେ ପଡିନାହିଁ, ତଥାପି ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି। ଏହି ଆକ୍ରମଣ ସମ୍ପର୍କରେ ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି। ସେନା କହିଛି ଯେ ଉତ୍ତର କୋରିଆ ଦକ୍ଷିଣରେ ୟୋନପିଓଙ୍ଗ ଦ୍ୱୀପ ଆଡକୁ ଏକ ୨୦୦ ରାଉଣ୍ଡ ଆର୍ଟିଲିରି ସେଲ ଗୁଳି ଚଳାଇଛି। ଏହାର ତୁରନ୍ତ ପରେ ଦକ୍ଷିଣ କୋରିଆ ଦ୍ୱୀପରେ ରହୁଥିବା ୨ହଜାର ଲୋକଙ୍କୁ ଏହି ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଥିଲା। ଦକ୍ଷିଣ କୋରିଆ ଏହି ପଦକ୍ଷେପକୁ ନିନ୍ଦା କରି ଏହାକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି କହିଛି।

Share
Tags: Kim Jon Un