ଅପହରଣ ପରେ ହତ୍ୟା: ବାପା ପୁଅଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର, ୧୯।୯ (ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ଛତ୍ରପୁର): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗୋଦରା଼ପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ, ୨୦୨୧ରେ ଅପହରଣ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ ପ୍ରଦୀପ କୁମାର ସାମଲ ୨୮ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ବାପା ଓ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଉଭୟଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେମାନେ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗୋଦରା଼ପଲ୍ଲୀ ଗ୍ରାମ ବାପା ଜଗଦୀଶ ସେଠି ଓ ପୁଅ ସୁଦର୍ଶନ ସେଠି । ସରକାରଙ୍କ ପକ୍ଷରୁ ରମେଶ ଚନ୍ଦ୍ର ଚୌଧୁରୀ ଓ କ୍ୟାଡର ଆଦିସନାଲ ପିପି ନିହାର ରଞ୍ଜନ ଜେନା ମକଦ୍ଦମା ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ, ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗୋଦରା଼ପଲ୍ଲୀ ଗ୍ରାମର ପି. ଧର୍ମା ରାଓଙ୍କୁ ଅଭିଯୁକ୍ତ ଏକ ଅଟୋ ଯୋଗେ ଅପହରଣ କରିଥିଲେ। ଗୋଦରାପଲ୍ଲୀ ଓ ମହାନପଲ୍ଲୀ ନିକଟରେ ଏକ ସବୁଜ ରଙ୍ଗ ର ଗାମୁଛାରେ ବେକକୁ ଚିପି ହତ୍ୟା କରିବା ସହ ସେଠରେ ଥିବା କେନାଲ ପାଣିରେ ଭିଙ୍ଗି ଦେଇଥିଲେ। ଏ ନେଇ ପି. ଧର୍ମା ଙ୍କ ପୁତୁରା ପି ସୁରେଶ କୁମାର ଗତ ୫. ୧୧. ୨୦୨୧ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।