ଯୁବତୀଙ୍କୁ ଅପହରଣ କରି ବଳାତ୍କାର, ବ୍ଲକ ପଛପଟ ଏକ ଘରୁ ଉଦ୍ଧାର ପରେ…

ଦିଗପହଣ୍ଡି, ୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କୁ ସୋମବାର ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏନେଇ ପାଟପୁର ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୩୯୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବାସହ ପୀଡ଼ିତାଙ୍କୁ ମଙ୍ଗଳବାର ଶେରଗଡ଼ ବ୍ଲକ ପଛ ପଟରେ ଥିବା ଏକ ଘରୁ ଉଦ୍ଧାର କରିଛନ୍ତି। ଏଥିସହ ଅପହରଣ ଓ ବଳାତ୍କାର ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେ ଦୁହେଁ ହେଲେ ଶେରଗଡ଼ ଥାନା ଦାସ ସାହିର ବସନ୍ତ ଦାସ ଏବଂ ବାରିସିଙ୍ଗି ଗ୍ରାମର ଶଙ୍କର ପ୍ରଧାନ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ପରେ ବୁଧବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଯିବା ପରେ ମାତା ପିତା ଙ୍କୁ ହସ୍ତାନ୍ତର କରାଯାଇଛି।

Share
Tags: ganjamodisha