ବଜାରରେ କିଆର ଅଲ୍‌ ନ୍ୟୁ ‘ସିରୋସ୍‌’

ଭୁବନେଶ୍ୱର,୨୮।୧(ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ କିଆ ସିରୋସ୍‌’ର ବିଶ୍ୱସ୍ତରୀୟ ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ତୃପ୍ତି କିଆ ଭୁବନେଶ୍ୱର ପାତ୍ରପଡ଼ା ଶୋ’ରୁମ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଏମ୍‌ସି ୬୫ ନମ୍ବର ଓ୍ବାର୍ଡର କର୍ପୋରେଟର ରଶ୍ମି ରଞ୍ଜନ ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ଉକ୍ତ ମଡେଲକୁ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୃପ୍ତି କିଆର ଏମ୍‌ଡି ବଦ୍ରିନାରାୟଣ ସାମନ୍ତରାୟ ଏବଂ ଜିଏମ୍‌ ସେଲ୍‌ ଗୋପାଳ ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ତୃପ୍ତି କିଆର ଏମ୍‌ଡି ବଦ୍ରିନାରାୟଣ କହିଥିଲେ, ଅଲ୍‌ ନ୍ୟୁ ‘ସିରୋସ୍‌’କୁ ଆମେ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମେ ଆମର ବୁକିଂ ଗ୍ରାହକଙ୍କୁ ବର୍ତ୍ତମାନ ଏହି ମଡେଲର ଡେଲିଭରି ଆରମ୍ଭ ସହ ନୂତନ ପଞ୍ଜୀକରଣ କରୁଛୁ। ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ‘ସିରୋସ୍‌’ରେ ଦୁଇଟି ପ୍ୟାନେଲଯୁକ୍ତ ସନ୍‌ରୁଫ, ଲେବଲ୨ ଆଡାସ(ଏଡିଏଏସ୍‌) ସହିତ ୧୬ଟି ସ୍ବୟଂଚାଳିତ ସୁରକ୍ଷା ବୈଶିଷ୍ଟ୍ୟ ସାଙ୍ଗକୁ ୨୦ଟି ଉଚ୍ଚ ଗୁଣବତ୍ତା ଓ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି।