ଖୋର୍ଦ୍ଧାର ୨ ଏସ୍‌ପି, ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ କରୋନା: ଅଫିସ ସାନିଟାଇଜ୍‌

ଖୋର୍ଦ୍ଧା ଅଫିସ,୨୨।୭: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୭ ପଜିଟିଭ୍‌ ରହିଛନ୍ତି । ତନ୍ମଧ୍ୟରୁ ତେଲେଙ୍ଗା ସାହିର ୩୪ ବର୍ଷୀୟ ପୁରୁଷ, ବରୁଣେଇ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି) ରହିଥିଲେ। ନରଣଗଡ଼ର ୩୪ ବର୍ଷୀୟ ପୁରୁଷ, ୬୮ ଓ ୬୧ ବର୍ଷୀୟା ମହିଳା ହୋମ କ୍ବାରାଣ୍ଟାଇନରେ ରହିଥିଲେ। ଏହା ସହିତ ଜଣେ ମହିଳା ପୋଲିସ କର୍ମଚାରୀ ଏବଂ ଏସ୍‌ପି ଅଫିସର ୨୮ ଓ ୩୦ବର୍ଷ ପୁରୁଷ ଅଛନ୍ତି ।
ସେହିପରି ଟାଙ୍ଗି ବ୍ଲକରୁ ୬, ବାଲୁଗାଁରୁ ୪,ବାଣପୁର ବ୍ଲକରୁ ୪, ବେଗୁନିଆ ବ୍ଲକରୁ ୪, ବୋଲଗଡ଼ ବ୍ଲକରୁ ୨ ଏବଂ ବାଳକାଟୀରୁ ୩ଜଣ ରହିଛନ୍ତି । ଏହାପରେ ଏସ୍‌ପି ଅଫିସକୁ ସାନିଟାଇଜ କରାଯାଇଛି ।