ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ସାନଖେମୁଣ୍ଡି ବ୍ଲକ ପି ରାମଚନ୍ଦ୍ରପୁର ଗ୍ରାମର ଓକିଲ କୋରା ପ୍ରସାଦ ବିଷୋୟୀ(୫୪)ଙ୍କ ପରଲୋକ ଘଟିଛି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ କୋରାଙ୍କ ଅକାଳ ବିୟୋଗରେ ଓକିଲ ସଂଘର ସଭାଗୃହରେ ମଙ୍ଗଳବାର ଶୋକସଭା ଅନୁଷ୍ଠିତ ହୋଇଥିଲା। ସଂଘ ସଭାପତି ହୃଦୟ ରଞ୍ଜନ ମେକାପଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ସଂଘର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ସେ କିଛିଦିନ ହେଲା ମଧୁମେହ ଓ ବୃକକ ରୋଗରେ ପୀଡିତ ରହି ଚିକିତ୍ସିତ ହେଉଥିଲେ। ସୋମବାର ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଓକିଲ ସଂଘ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି।