ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି। ଧାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ସାଢେ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଥିବା ଓକିଲ ସଂଘ ନିର୍ବାଚନ ଅଧିକାରୀ ଚନ୍ଦ୍ରଧଜ ସିଂହ ଏବଂ ଅତିରିକ୍ତ ନିର୍ବାଚନ ଅଧିକାରୀ ନୀଳମାଧବ ରଥ ଜଣାଇଛନ୍ତି।ସଭାପତି ପଦବୀ ନିମନ୍ତେ ହୃଦୟ ରଞ୍ଜନ ମେକାପ,ଏ.ସୋମେଶ୍ୱର ରାଓ,ଉପସଭାପତି ପଦବୀ ପାଇଁ ସଞ୍ଜୟ କୁମାର ପଣ୍ଡା ଓ ସୁକାନ୍ତ କୁମାର ପ୍ରଧାନ ଅଛନ୍ତି। ସେହିପରି ସମ୍ପାଦକ ପଦବୀ ନିମନ୍ତେ କୁରେଶୁ ପଣ୍ଡା,ସନ୍ତୋଷ କୁମାର ସାହୁ,ସହ – ସମ୍ପାଦକ ନିମନ୍ତେ ରବିଚନ୍ଦ୍ର ଗୌଡ଼ ଏବଂ ଜୟକୃଷ୍ଣ ମହାପାତ୍ର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଂଘର ସଦସ୍ୟ ମତଦାନ କରିପାରିବେ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି।