ଖେମୁଣ୍ଡି ଅଞ୍ଚଳ କାଳଞ୍ଜି ସମାଜ କୁଳଗୃହ ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି, ୯।୩(ଅଶେଷ ନାଥ ମିଶ୍ର): ନିଖିଳ ଉତ୍କଳ ଓଡ୍ରଖଣ୍ଡାୟତ କାଳଞ୍ଜି ସମାଜ ଚାଞ୍ଚଡାପଲ୍ଲୀ କୁଳଘର ପ୍ରତିଷ୍ଠା ଉତ୍ସବ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।ଖେମୁଣ୍ଡି ଅଞ୍ଚଳ ପରିଷଦ ସଭାପତି ରାମନାଥ ବିଷୋୟୀଙ୍କ ତତ୍ୱାବଧାନରେ  ଆୟୋଜିତ କାର୍ଯ୍ୟକ୍ରମରେ ମହୁରୀ, ଆସ୍କା, କଇଁଣ୍ଡି ଅଞ୍ଚଳ ପରିଷଦ କର୍ମକର୍ତ୍ତା  ଗୁରୁନାଥ ବିଷୋୟୀ, ରାଜକିଶୋର ବରାଡ଼, ନବକୃଷ୍ଣ ବିଷୋୟୀ, ଜଗବନ୍ଧୁ ଜେନା, ସୁବାସ ତାରିଣୀ, ପର୍ଶୁରାମ ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ରାଜୁ ନାହାକ  କେନ୍ଦ୍ରୀୟ କମିଟି କର୍ମକର୍ତ୍ତା ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ସରପଞ୍ଚ ରୀନା ପ୍ରଧାନ  ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ରଞ୍ଜିତା ସେଠୀ ଓ ଜିଲା ପରିଷଦ ସଭ୍ୟା ଏମ. ଅନୁସୟା ରେଡ୍ଡୀ, ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ,ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁ,ଗୋପାଳକୃଷ୍ଣ ମଲ୍ଲିକ ପ୍ରମୁଖ  ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ସକାଳ ୮ ଟା ରେ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ପରେ ଅତିଥି ମାନଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା।

ଗ୍ରାମବାସୀ  ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ବାଢୀ  ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶୋଭାଯାତ୍ରା ସରିବା ପରେ ନୂତନ କୁଳ ଗୃହରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କାଳଞ୍ଜି ସମାଜ ଏକ ଐତିହାସିକ ଜାତି ଏଣୁ ଏହି ଜାତିକୁ ମୁଖ୍ୟ ସ୍ରୋତକୁ ଆଣିବାକୁ ହେଲେ ନିଶା ନିବାରଣ, ନାରୀସଶକ୍ତି କରଣ, ଶିକ୍ଷା ଓ ଅର୍ଥନୈତିକ ବିକାଶ ଦିଗରେ ସମସ୍ତ କର୍ମକର୍ତ୍ତା ମିଳିମିଶି କାମ କରିବାକୁ ହେବ ବୋଲି କୁଳ ର  କେନ୍ଦ୍ର କମିଟି ସଭାପତି ସନ୍ତୋଷ କୁମାର ଜେନା ଓ ଉପସଭାପତି ବୃନ୍ଦାବନ ଖଟେଇ ତାଙ୍କ ବକ୍ତବ୍ୟରେ କହିଥିଲେ।ଖେମୁଣ୍ଡି ଅଞ୍ଚଳ ପରିଷଦ ଅନ୍ତର୍ଗତ ୫ ଟି ମଣ୍ଡଳ କର୍ମକର୍ତ୍ତା ଓ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ସମସ୍ତ ସଭ୍ୟା ସଭ୍ୟ ବୃନ୍ଦ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share
Tags: digapahandi