ଲୋଇସିଂହା,୫।୧୨(ସୁଶାନ୍ତ ବାରିକ) ବଲାଙ୍ଗୀର ଡିଏଲ ପିସି ବୈଠକରେ ହୋଇଥିବା ଧାର୍ଯ୍ୟ ତାରିଖ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ଜିଲାର ଲୋଇସିଂହା ପାକ୍ସରୁ ଜିଲ୍ଲାସ୍ତରୀୟ ୨୦୨୫-୨୬ ଆର୍ଥିକ ବର୍ଷର ଖରିବ ଧାନ କ୍ରୟ ଶୁଭାରମ୍ଭ ହୋଇଯାଇଛି। ପୂଜାର୍ଚ୍ଚନା କରି ଜିଲାପାଳ ଗୌରବ ଶିବାଜୀ ଇସଲୱାର ଧାନ ମଣ୍ଡି ଉଦଘାଟନ କରିଥିଲେ। ଏହି ଅବସରରେ ଜିଲାପାଳ ଇସଲୱାର ସୂଚନା ଦେଇଥିଲେ , ଜିଲାର ୧୮୦ ମଣ୍ଡିରେ ଧାନ କ୍ରୟ କରାଯିବ। ସେଥିରେ ମଧ୍ୟରେ ୧୬୬ ପାକ୍ସ ଓ ୧୪ ଏସଏଚଜି ଜରିଆରେ ଧାନ କ୍ରୟ ହେବ। ଏଥିପାଇଁ ଚାଷୀଙ୍କୁ ଆରଏମସି ପକ୍ଷରୁ ସଚେତନତା କରାଯାଉଛି। ସେହିପରି ଉପଖଣ୍ଡୀୟ ସ୍ତରରେ ଉପଜିଲାପାଳ ସ୍ତରରେ ଏକ କମିଟି ଗଠନ କରଯାଇଛି। ଉପଜିଲାପାଳମାନେ ତଦାରଖ କରୁଛନ୍ତି। ସମସ୍ତ ମଣ୍ଡିରେ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଧାନ କ୍ରୟ ବେଳେ ମୁଣ୍ଡିରେ ଧାନର ମାନ ଉପରେ ଗୁରୁତ୍ ଦିଆ ଯିବ।ଏଥିପାଇଁ ମଣ୍ଡି ଗୁଡିକରେ ସମସ୍ତ ଯନ୍ତ୍ରପାତି ମଧ୍ୟ ମହଜୁତ ରହିଛି। ମଣ୍ଡି ତଦାରଖ ପାଇଁ ସୁପରଭାଇଜର ଓ ନୋଡାଲ ଅଫିସର ନିଯୁକ୍ତ ରହିଛନ୍ତି। ଜିଲାର ୧ ଲକ୍ଷ ୫ହଜାରରୁ ଉଦ୍ଧର୍ବ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଧାନ କ୍ରୟ ପାଇଁ ୬୦ ପ୍ରତିଶତ ଟାର୍ଗେଟ ଆସିଥିବା ଜିଲାପାଳ ସୂଚନା ଦେଇଥିଲେ। ଏହି ଅବସରରେ ଜିଲା ଯୋଗାଣ ବିଭାଗ, ଆରଏମସିର ବରିଷ୍ଠ ଅଧିକାରୀଙ୍କ ଙ୍କ ସମେତ ସ୍ଥାନୀୟ ବିଡ଼ିଓ,ବ୍ଲକ ଉପାଧ୍ୟାୟ ଯତୀନ୍ଦ୍ର ପଟେଲ ଉପସ୍ଥିତ ଥିଲେ।