ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ ଅଞ୍ଚଳରୁ ଏଥର ମୋଟ ୭୨୪ ବିଦ୍ୟାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ପ୍ରଥମ ଦିନ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି ବୋଲି ସୂଚନା ମିଳିଛି। ୫ ପରୀକ୍ଷା କେନ୍ଦ୍ର ହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଦୂତିପଡ଼ାରେ ୧୧୧ ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଦୂତିପଡ଼ାରେ ୧୪୨ ଜଣ, ସରକାରୀ ଉଚ୍ଚ ବିଦ୍ୟାଳୟ ଖଜୁରିପଡ଼ାରେ ୧୭୨ ଜଣ, ସରକାରୀ ଉଚ୍ଚ ବିଦ୍ୟାଳୟ ରଣପାଟୁଲିରେ ୧୭୯ ଜଣ, ପିରିକୁଡ଼ି ଉଚ୍ଚ ବିଦ୍ୟାଳୟରେ ୧୦୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି।
ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏକାଧିକ ବ୍ୟବସ୍ଥା କରିଛି। ବିଶେଷକରି କପି ରୋକିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି। କପି ରୋକିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ- ଏଆଇର ସହାୟତା ନିଆଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରଗୁଡ଼ିକ ସହ ନୋଡାଲ ସେଣ୍ଟରରେ ଏଆଇ କ୍ୟାମେରା ଲଗାଯାଇ ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ଏହା ଉପରେ ନଜର ରଖା ଯାଉଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ଲାଇଭ ଷ୍ଟ୍ରିମିଂ ଓ ଉବେକାଷ୍ଟିଂ ଲାଗି ବ୍ୟବସ୍ଥା କରାଯାଇଛି।