ଭାରତଠାରୁ ସହାୟତା ଲୋଡ଼ିଲେ ପିଟରସେନ

ନୂଆଦିଲ୍ଲୀ,୧୫।୨: ସୋସିଆଲ ମିଡିଆ ଜରିଆରେ ଭାରତଠାରୁ ସହାୟତା ଲୋଡ଼ିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସେନ। ସେ ମଙ୍ଗଳବାର ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ୍‌ କରି ନିଜର ପ୍ୟାନ୍‌ କାର୍ଡ ହଜିଯାଇଥିବା କହିଛନ୍ତି। ଏଥିଲାଗି ସହାୟତା କିଏ କରିପାରିବେ ସେ ନେଇ ଯଥାଶୀଘ୍ର ଜଣାଇବାକୁ ସେ ଲେଖିଥିବା ଦେଖାଯାଇଛି।

ଉକ୍ତ ଟୁଇଟ୍‌ରେ ପିଟରସେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରିଥିଲେ। ଏହାପରେ ଭାରତର ଆୟକର ବିଭାଗ ସହାୟତା ଲାଗି ଆଗକୁ ଆସିଛି। ଯଦି ଆପଣଙ୍କ ପାଖରେ ପ୍ୟାନ୍‌ କାର୍ଡର ସବିଶେଷ ତଥ୍ୟ ରହିଛି ତେବେ ଆପଣ ଏହି ସ୍ଥାନରେ ଆପ୍ଲାଏ କରି ଏହି କାର୍ଡ ପାଇପାରିବେ ବୋଲି ପିଟରସେନଙ୍କ ଟୁଇଟ୍‌ର ଜବାବ ଦେଇ ବିଭାଗ କହିଛି।