ଦିଲ୍ଲୀ ବାଣିଜ୍ୟ ମେଳାରେ କେସିଙ୍ଗାର ଘୁମୁରା ନୃତ୍ୟ ପ୍ରଶଂସିତ

କେସିଙ୍ଗା,୨୨ା୧୧ (ତୁମେଶ୍ୱର ସାହୁ): ଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ଅନୁଷ୍ଠିତ ଓଡ଼ିଶା ଦିବସରେ କଳାହାଣ୍ଡି କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଦିବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରି ଓଡିଶାର ସଂସ୍କୃତି ଓ କଳା ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ। ଅନ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର,ପୂର୍ବତନ ରାଜ୍ୟ ସଭା ସାଂସଦ ଆମର ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ସଂସ୍କୃତି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ କୋଷାଧ୍ୟକ୍ଷ ବିକ୍ରମ ବାରିକଙ୍କ ତତ୍ତ୍ୱାବଧାନରେ ୧୫ ଜଣିଆ ଘୁମୁରା ଦଳ ଏଥିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶେଷ ଯାଏ ଉପସ୍ଥିତ ରହି ଓଡ଼ିଶାରୁ ଯାଇଥିବା ୬ ଗୋଟି ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Dharitri – Odisha’s No.1 Odia Daily

Share