ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରୁକୁରା ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ପୁନର୍ବାସ କାର୍ଯ୍ୟାଳୟର କ୍ଲର୍କ କମ୍ କ୍ୟାଶିଅର ପୁଥ୍ବୀରାଜ କାମିଲା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରୁକୁରା ଜଳସେଚନ ପ୍ରକଳ୍ପର ଜଣେ ଜମିହରାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ କ୍ଲର୍କଙ୍କୁ ଗିରଫ କରିଛନ୍ତି। ଏ ନେଇ ରାଉରକେଲା ଭିଜିଲାନ୍ସରେ ଏକ ମାମଲା (ନଂ.୧୦/୨୫) ରୁଜୁ ହୋଇ ତଦନ୍ତ ଚାଲିଛି।
ଅନୁଯାୟୀ, ରୁକୁରା ଜଳସେଚନ ପ୍ରକଳ୍ପର କ୍ଷତିଗ୍ରସ୍ତ କଟୁରିଧୁଆ ଗ୍ରାମର ବୁଦ୍ଧୁ ଓରାମଙ୍କୁ ସରକାରଙ୍କ ପକ୍ଷରୁ ପ୍ରଥମ କିସ୍ତିରେ ୨ ଲକ୍ଷ ୭୦ ହଜାର ଟଙ୍କା ମଞ୍ଜୁର ହୋଇଛି। ହେଲେ ତାହାକୁ ପ୍ରଦାନ କରିବା ପାଇଁ ପୁଥ୍ବୀରାଜ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବୁଦ୍ଧୁ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ପରେ ପୁଥ୍ବୀରାଜ ତାଙ୍କୁ ଅବଶିଷ୍ଟ ଟଙ୍କା ମାଗିଥିଲେ। ଏନେଇ ବୁଦ୍ଧୁ ଶୁକ୍ରବାର ରାଉରକେଲା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ଘଟଣା ବିଷୟରେ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶନିବାର ବୁଦ୍ଧୁ ତାଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଥିଲା। ପୁଥ୍ବୀରାଜଙ୍କଠାରୁ ଭିଜିଲାନ୍ସ ୭ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି ରାଉରକେଲା ନେଇଛି।