ପାଟଣା,୨।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାର ୬ଟି ବିଦ୍ୟାଳୟର ଛାତ୍ରୀଙ୍କ ମଧ୍ୟରେ ଆନ୍ତଃ-ବିଦ୍ୟାଳୟ “ଖେଳିବା ଓ ପ୍ରସ୍ଫୁଟିତ ହେବା” ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ୱାରା ଏ.ଇ.ଆଇ.ଏନ୍. ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଟଣା ଓ ଘଟଗାଁ ବ୍ଲକର ୬ଟି ବିଦ୍ୟାଳୟର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କେନ୍ଦେଇପୋଷି ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଟଣା, ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶରଧାପୁର ଉଚ୍ଚ ବିଦ୍ୟାଳୟ, ପଲାଣଘାଟି ଉଚ୍ଚ ବିଦ୍ୟାଳୟ, ବଣମହୁଲଡିହା ସୁନାଖୁମ ଉଚ୍ଚ ବିଦ୍ୟାଳୟ, ବଡଜାମୁପୋଷି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘଟଗାଁ।
ମୁରୁସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ମହାନ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ଏବଂ ସମ୍ମାନିତ ଅତିଥି ଭାବରେ ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଝିଅମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଶକ୍ତି ବିକଶିତ କରିବା ସହ ଶାରୀରିକ ଓ ମାନସିକ ସୁସ୍ଥତା ଦିଗରେ କାର୍ଯ୍ୟ କରିବ ବୋଲି ଅତିଥିମାନେ ମତ ରଖିଥିଲେ।
ଏଥିରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ,ବରିଷ୍ଠ ଖବର ଦାତା ନୃସିଂହ ନାଥ ସିଂହ,ମୁରୁସୁଆଁ ସରପଞ୍ଚ ହରିଶଙ୍କର ଦେହୁରୀ ,ସମିତି ସଭ୍ୟ ସୁଶୀଲ କୁମାର ସାହୁ, ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ କିରାଣିକର ମହାନ୍ତ, ପ୍ରମୁଖ ଯୋଗଦେଇ ପିକକ୍ କିଶୋରୀ ମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ କରିଥିବା କାର୍ଯ୍ୟ କ୍ରମ କୁ ପ୍ରସଂଶା କରିଥିଲେ ।
ଏହି ଅବସରରେ ଛାତ୍ରୀମାନଙ୍କୁ ଲିଙ୍ଗ ସମାନତା ଓ ନେତୃତ୍ୱର ବିକାଶ ସମ୍ବନ୍ଧୀୟ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ପ୍ରାୟ ୯୦ ଜଣ ଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।
ରେଫରୀ ଭାବରେ ଲମ୍ବୋଧର ମହାନ୍ତ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରକାଶ କୁମାର ତରାଇ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ପିକକ୍ ର କେନ୍ଦୁଝର ଜିଲା ସଂଯୋଜକ ସତ୍ୟ ମହନ୍ତ ଓ ପିକକ୍ ର ପ୍ରୋଗ୍ରାମ ମାନେଜର ଜ୍ଯୋତିଶଙ୍କର ମହାନ୍ତି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥଲେ । ଦ୍ରୌପଦୀ ବେଜ, ଗୋବିନ୍ଦ ମୁଣ୍ଡା, ପରୀକ୍ଷିତ ସେଠୀ,ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ନୀରାସ ମୁଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହୋଜୋଗ କରିଥିଲେ।