ପାଟଣା ,୩୧।୧୦(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଶୁକ୍ରବାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା ପାଟଣା ଥାନାରୁ ବାହାରି ବଜାର, ବ୍ଲକ ଛକ ସାଧୂପଡ଼ା ଛକ, ତହସିଲ ଅଫିସ ଦେଇ ଥାନାକୁ ଫେରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ପ୍ଲା କାର୍ଡ, ବ୍ୟାନର ଧରି ଜାତୀୟ ଏକତା ଦିବସ ଜିନ୍ଦାବାଦ୍, ବଲ୍ଲଭ ଭାଇ ପଟେଲ ଜିନ୍ଦାବାଦ୍ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିଥିଲେ। ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳଙ୍କ ନେତୃତ୍ୱରେ ଏସଆଇ ପାର୍ଥ ଓରାମ, ଲକ୍ଷ୍ମଣ ମାଝି, ଏଏସଆଇ ଗୌର ହରି ଗର୍ଡ଼ିଆ ପାଟଣା କଲେଜ କ୍ରୀଡାର ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ଭାଜପା ନେତା ଦିନ ବନ୍ଧୁ ମିଶ୍ର, ବିଜ୍ଞାନ ଶିକ୍ଷକ ତଥା ଭାଷ୍ୟକାର ପାର୍ଥ ସାରଥି ବେଜ,ଯତୀନ୍ଦ୍ର କୁମାର ଦାଶ, ଦୀପକ ଭଞ୍ଜ, ଅବସର ପ୍ରାପ୍ତ ତହସିଲ ଦାର ଯତୀନ୍ଦ୍ର ସେଠୀ,ଭୂତ ମହାନ୍ତ , ପ୍ରତାପ ମହାନ୍ତ,ଅବଦୁଲା ଆନସାରୀ ପ୍ରବୀଣ ଭଞ୍ଜ, ଗୁନା ସାହୁ, ପାଟଣା କଲେଜ ଏନସିସି ଛାତ୍ରୀଛାତ୍ର, ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ, ଜିଏନହାଇସ୍କୁଲ , ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
\