ଭଞ୍ଜନଗର ଉପଖଣ୍ଡ ମେଡିକାଲରେ କାୟାକଳ୍ପ ଟିମ୍‌, ପୁରସ୍କାର ଦୌଡ଼ରେ ରହି…

ଭଞ୍ଜନଗର,୧୪ା୧(ବାବୁଲା ପ୍ରଧାନ): କାୟାକଳ୍ପ ଟିମ୍‌ ବୁଧବାର ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଟିମ୍‌ରେ ଆସିଥିବା ଅଧିକାରୀମାନେ ବିଭିନ୍ନ ଓ୍ବାର୍ଡ ପରିଦର୍ଶନ କରିଥିଲେ। ରୋଗୀସେବା, ପରିମଳ ସମେତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ଏହାପରେ ଟିମ୍‌ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ। ଉକ୍ତ ରିପୋର୍ଟ ଆଧାରରେ ପୁରସ୍କାର ମିଳିବ। ରାଜ୍ୟସ୍ତରରେ ସମସ୍ତ ମେଡିକାଲରେ ଏହିଭଳି ସମୀକ୍ଷା ହେଉଛି। ୨୦୧୫ରୁ କାୟାକଳ୍ପ ପୁରସ୍କାର ପ୍ରଦାନ ଆରମ୍ଭ ହୋଇଛି। ୨୦୧୭ରୁ ଆଜି ସୁଦ୍ଧା ଭଞ୍ଜନଗର ମେଡିକାଲ ଲଗାତର ପୁରସ୍କାର ବିଭିନ୍ନ କ୍ଷେତ୍ରରେ ପାଉଛି। ଆଗାମୀ ଦିନରେ ମଧ୍ୟ ପୁରସ୍କାର ମିଳିବା ସମ୍ଭାବନା ରହିଛି। ଆଜିର ଟିମ୍‌ରେ ରାଜ୍ୟ ସ୍ତରୀୟ ଅଧିକାରୀ ଡ. ଶୁଭାଶିଷ ମହାନ୍ତି, ହୃଷୀକେଶ ସାହୁ, ଡ. ବିଶ୍ୱକଲ୍ୟାଣ ମିଶ୍ର ଆସିଥିଲେ।

ଏହି ସମୟରେ ଜିଲା ସାସ୍ଥ୍ୟ ଅଧିକାରୀ ଡ. ଭବାନୀ ଶଙ୍କର ମିଶ୍ର, ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶୀତାଂଶୁ ଶେଖର ଶତପଥୀ, ଡ. ସଞ୍ଜୟ କୁମାର ପରିଡ଼ା, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily