ଭଞ୍ଜନଗର,୨୪।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ” ଓଡ଼ିଆ ସାହିତ୍ୟରେ କବି ସମ୍ରାଟଙ୍କ ପରାକାଷ୍ଠା ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ଭଞ୍ଜ ସାହିତ୍ୟ ସଭିଙ୍କ ଆପଣାର ବୋଲି ମତବ୍ୟକ୍ତ କରିଥିଲେ। ଉପେନ୍ଦ୍ର ଭଞ୍ଜ ଅଦ୍ୱିତୀୟ ଓ ଅନନ୍ୟ । ଏହିଭଳି ଜଣେ ମହାନ ବ୍ୟକ୍ତି ଘୁମୁସର ମାଟିରେ ଜନ୍ମ ନେଇଥିଲେ। ଯାହାକି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ବକ୍ତାମାନେ କହିଥିଲେ।
ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ଯୋଗଦେଇ ଓଡ଼ିଆ ସାହିତ୍ୟର ମୂଲ୍ୟ ବୋଧ ସଂପର୍କରେ ଅଭିଭାଷଣ ରଖିଥିଲେ। ପ୍ରସାଶନିକ ଅଧିକାରୀ ବିଭାସ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ସଭାକୁ ସଂଯୋଜନା କରିଥିଲେ ।” ଓଡ଼ିଆ ସାହିତ୍ୟରେ କବି ସମ୍ରାଟଙ୍କ ପରାକାଷ୍ଠା “ଓ “ଚର୍ଯ୍ୟା ଗୀତିକାରେ ଧର୍ମ ଦର୍ଶନ “ଦୁଇଟି ପ୍ରବନ୍ଧ କୁ ଛାତ୍ର -ଚିନ୍ମୟ ପ୍ରସାଦ ପରିଡା ଓ ସୁଚିତ୍ରା ରଣା ପଠନ କରିଥିଲେ। ଅଧ୍ୟାପକ ଦିଗନ୍ତ କୁମାର ଜେନା ଓ ଅଧ୍ୟାପିକା ରୋଜାଲିନ ମହାରଣା, କଳ୍ପନା ସାଣ୍ଢ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।କଲେଜର ସମସ୍ତ ଅଧ୍ୟାପିକା,ଅଧ୍ୟାପକ ଓ ଛାତ୍ରୀ ଛାତ୍ର ଆଲୋଚନାରେ ଭାଗ ନେଇଥିଲେ । ଅଧ୍ୟାପିକା କଳ୍ପନା ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ l