ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ମଧ୍ୟାହ୍ନ ଭୋଜନ ଖାଇବାକୁ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ଏକ ବିଦ୍ୟାଳୟ ପରିସରକୁ ଦୈନିକ ୪ କିମି ରାସ୍ତା ଜଙ୍ଗଲ ଓ ପାହାଡ଼ ଦେଇ ଯିବାକୁ ପଡୁଛି। ଛାତ୍ରୀଛାତ୍ରମାନଙ୍କୁ ଇଏ ଦିନେ କି ୨ ଦିନ ନୁହଁ ରାଜ୍ୟ ସରକାର ଯେବେଠାରୁ ନବମ ଓ ଦଶମ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ବ୍ୟବସ୍ଥା କରିଛନ୍ତି। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଦୈନିକ ଗୋଟିଏ କ୍ୟାମ୍ପସରୁ ଅନ୍ୟ କ୍ୟାମ୍ପସକୁ ଯିବାକୁ ପଡୁଥିବା ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ କଟାସିଂ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ।
ପ୍ରକାଶ ଯେ, କଟାସିଂ ଠାରେ ସରକାରଙ୍କ ପକ୍ଷରୁ ପ୍ରଥମେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ପରବର୍ତ୍ତୀ ସମୟରେ ଏହା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ ହେଲା ପ୍ରଥମରୁ ଅଷ୍ଟମ କଟାସିଂଠାରେ ୫୨ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ସେଠାରୁ ୨ କିମି ଦୂର ପଦ୍ମପଲ୍ଲୀ ଛକରେ ନବମ ଓ ଦଶମର ୪୦ ଛାତ୍ରୀଛାତ୍ର ପଢୁଛନ୍ତି । ତେବେ ନବମ ଓ ଦଶମ ପିଲାଙ୍କୁ ୨ କିମି ଯାଇ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବାକୁ ପଡୁଛି ଓ ପୁଣି ୨ କିମି ଫେରି ବିଦ୍ୟାଳୟ ରେ ପାଠ ପଢିବାକୁ ପଡୁଛି ଯାତାୟାତ ରେ ସମୟ ଯିବାରୁ ସେମାନଙ୍କ ଗୋଟିଏ ପିରିୟଡ଼ ସମୟ ବିତିଯାଉଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ସେହିପରି ଏବେ ବର୍ଷା ଦିନ ହୋଇଥିବାରୁ ବହୁତ ହଇରାଣ ଭୋଗୁଥିବା ଛାତ୍ରୀଛାତ୍ରମାନେ କହିଛନ୍ତି, ସେହିପରି ଏତେ ଦୂର ଯାତାୟାତ ତାଙ୍କୁ ବହୁତ ପରିଶ୍ରମ ହେଉଥିବା ଛାତ୍ରୀଛାତ୍ରମାନେ ପ୍ରତିକ୍ରିୟାରେ କହିଛନ୍ତି।
ସେହିପରି ବିଦ୍ୟାଳୟରେ ନବମ ଓ ଦଶମ ପିଲାଙ୍କୁ ପଢାଇବା ପାଇଁ ସରକାର ୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଖେଳ ଶିକ୍ଷକ ଅନ୍ୟତ୍ର ଡେପୁଟେସନରେ ଯାଇଥିବା ବେଳେ ବିଦ୍ୟାଳୟକୁ ପ୍ରଧାନଶିକ୍ଷକଙ୍କ ସମେତ ମାତ୍ର ୨ ଜଣ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି।
ଏନେଇ ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରାଯିବାକୁ ରୋଷେଇ ଗୃହ ଓ ରୋଷେୟା ଯୋଗାଇଦେବାକୁ ସେ ବିଡ଼ିଓଙ୍କ ଦୃଷ୍ଟିକୁ ନେଇ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବୁ ବୋଲି କହିଛନ୍ତି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଦମନିକ ପ୍ରଧାନ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସହ ବୈଠକ କରି ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବିଦ୍ୟାଳୟ ପରିସର ମଧ୍ୟରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାଙ୍କୁ ବହୁ ଦୂର ଚାଲି ଚାଲି ଯିବାକୁ ପଡୁଛି। ଫଳରେ ଉପସ୍ଥାପନ କମୁଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏନେଇ କହିଛନ୍ତି, ସେମାନେ ଘର ଘର ବୁଲି ଅଭିଭାବକ ମାନଙ୍କୁ କାଉନସେଲିଂ କରୁଛୁ ପିଲାଙ୍କୁ ବିଦ୍ୟାଳୟ ଛାଡ଼ନ୍ତୁ ବୋଲି ନିବେଦନ କରୁଛୁ ବୋଲି କହିଛନ୍ତି ।