Categories: ଗଞ୍ଜାମ

କାର୍ତ୍ତିକ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ପ୍ରୟୋଗି: ଏ ଆଖି କାନ୍ଦୁଛି ତୋରି ପାଇଁ ଦେଖିବାକୁ …

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପ୍ରୟୋଗି ଗ୍ରାମସ୍ଥିତ ବାବା ଅଳେଶ୍ୱର ଶୈବ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଏ ଆଖି କାନ୍ଦୁଛି ତୋରି ପାଇଁ ନାଟକ ମଞ୍ଚସ୍ତ ହୋଇଛି। ୪ ଗ୍ରାମ୍ୟ କମିଟି ସଭାପତି ଅଶୋକ କୁମାର ଦଳାଇ,ସମ୍ପାଦକ ବିଜୟ କୁମାର ପଲାଇ, ପରିଚାଳକ ଜୟସେନ ସାହୁ, ସହ ପରିଚାଳକ ଯୋଗେନ୍ଦ୍ର ତରାଇ, ପ୍ରୟୋଗି ଗ୍ରାମ୍ୟ କମିଟି ସଭାପତି ସଦାନନ୍ଦ ଗୌଡ଼, ସମ୍ପାଦକ ଅମୁଲ୍ୟ ଦଳାଇ, ଅରୁଣପୁର ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର ପଳାଇ,ବାବା ଅଳେଶ୍ୱର ଯୁବ ଛାତ୍ର ସଙ୍ଗଠନ ସଭାପତି ସାଗର ଦଳାଇ, ସମ୍ପାଦକ ମିଥୁନ ସାହୁ ପ୍ରମୁଖଙ୍କ ଉପସ୍ଥିତରେ ନାଟକ ଶୁଭାରମ୍ଭ ହୋଇଥିଲା । ନିର୍ଦ୍ଦେଶକ ବିକ୍ରମ ବିଶ୍ୱାଳ ନାଟକ ନିର୍ଦ୍ଦେଶନା ଦେଇଥିବା ବେଳେ ଗ୍ରାମର ଯୁବକମାନେ ଅଭିନୟ କରିଥିଲେ । ଏହି ନାଟକ ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଅଳେଶ୍ୱର ପଡିଆରେ ଭିଡ଼ ଜମାଇଥିଲେ । ହୁମା ଅଞ୍ଚଳର ଯୁବ ଉଦ୍ୟୋଗ ପତି ସୁଧୀର କୁମାର ସାହୁ ଏବଂ ନାରୀ ଅଭିନେତ୍ରୀ ଲକି ସାହୁ ଚମତ୍କାର ଉପସ୍ଥାପନା କରିଥିଲେ । ପାଲା ଗାୟକ ସତ୍ୟ ନାରାୟଣ ଗୌଡ଼ଙ୍କ ଅଭିନୟ ଦର୍ଶକଙ୍କୁ ବିମୁଗ୍ଧକରିଥିଲା। ନାଟକ ଶେଷ ପର୍ଯ୍ୟନ୍ତ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଛି।

Dharitri – Odisha’s No.1 Odia Daily

Share
Tags: ganjam