ସମାନ ହୋଟେଲ ହେଲେ ଅଲଗା ରୁମ୍‌: ହେଲା ବଡ଼ ଖୁଲାସା! 

ମୁମ୍ବାଇ: ବଲିଉଡ୍‌ର ‘ପିଆର୍‌ ଷ୍ଟାର’ କାର୍ତ୍ତିକ ଆର୍ୟନଙ୍କ ଲଭଲାଇଫ୍‌ ଏବେ ଚର୍ଚ୍ଚାରେ। କିଛିଦିନ ତଳେଇଣ୍ଡଷ୍ଟ୍ରି ବାହାରୁ ଆସିଥିବା ଏହି ଅଭିନେତାଙ୍କ ଫିଲ୍ମ ‘ତୁ ମେରି ମୈ ତେରା, ମେ ତେରି ତୁ ମେରି’ ରିଲିଜ ହୋଇଥିଲା। ଫିଲ୍ମର ବିଫଳତାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଏବେ ତାଙ୍କର ଲଭ୍‌ ଲାଇଫ୍‌ ଚର୍ଚ୍ଚାରେ।
ନିକଟରେ ଗୋଆରେ ଛୁଟି କଟାଇବାକୁ ଯାଇଥିଲେ କାର୍ତ୍ତିକ। ଏହି ସମୟରେ ତାଙ୍କ ସହ ଜଣେ ମିଷ୍ଟ୍ରିଗର୍ଲ ଥିଲେ। ସେବେଠାରୁ କମ୍‌ ବୟସର ଜଣେ ବିଦେଶୀ ଲଳନାଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି।
ନୂଆ ରିପୋର୍ଟ ମୁତାବକ, କାର୍ତ୍ତିକ ଏବଂ ତାଙ୍କ ପ୍ରେମିକା ଗୋଟିଏ ହୋଟେଲରେ ରହିଥିଲେ। ହେଲେ ତାଙ୍କ କୋଠରୀ ଅଲଗା ଥିଲା। ଉକ୍ତ ହୋଟେଲର ଷ୍ଟାଫ୍‌ ଏହା ସ୍ପଷ୍ଟ କରିଛନ୍ତି। ଅଭିନେତା ନିଜର ଡେଟିଂ ଲାଇଫ୍‌କୁ ଏବେ ଜଣାଇବାକୁ ଚାହୁଁ ନ ଥିବା ଯୋଗୁ କଥାକୁ ଲୁଚାଯାଉଛି। ହେଲେ ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି ଭଳି କାର୍ତ୍ତିକଙ୍କ ପ୍ରେମ ଏବେ ଖବର ଶିରୋନାମା ପାଲଟିଛି। ଏବେ କେବଳ ଉଭୟଙ୍କ ସମ୍ପର୍କରେ ମୋହର ମାରିବା ବାକି ରହିଛି ବୋଲି ପ୍ରଶଂସକ କହୁଛନ୍ତି।