ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ବେଙ୍ଗାଲୁରୁ,୪।୧୨: କର୍ନାଟକ ସରକାର ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୀତି ଅନୁଯାୟୀ, ୧୮ ରୁ ୫୨ ବର୍ଷ ବୟସର ମହିଳା ସରକାରୀ କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ପେଡ୍‌ ଋତୁସ୍ରାବ ଛୁଟି ପାଇବେ। ଏହାର ଅର୍ଥ ହେଉଛି ସେମାନେ ପ୍ରତିବର୍ଷ ମୋଟ ୧୨ ଦିନ ପେଡ୍‌ ଛୁଟି ପାଇପାରିବେ।

ସରକାର କହିଛନ୍ତି ଯେ, କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସୁବିଧା ଏବଂ କଲ୍ୟାଣକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏହି ନୀତି ରାଜ୍ୟର ସମସ୍ତ ସ୍ଥାୟୀ, ଚୁକ୍ତିଭିତ୍ତିକ ଏବଂ ଆଉଟସୋର୍ସିଂ ମହିଳା କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ମହିଳା କର୍ମଚାରୀମାନେ ଡାକ୍ତରୀ ପ୍ରମାଣପତ୍ର ବିନା ଏହି ଛୁଟି ପାଇପାରିବେ। ଏହାକୁ ଉପସ୍ଥାନ କିମ୍ବା ଛୁଟି ରେଜିଷ୍ଟରରେ ପୃଥକ ଭାବରେ ରେକର୍ଡ କରାଯିବ। ଏହି ଛୁଟିକୁ ଅନ୍ୟ କୌଣସି ଛୁଟି ସହିତ ମିଶାଇ ହେବ ନାହିଁ।

 

 

Dharitri – The Largest & Most Trusted Odia Daily