Categories: ଜାତୀୟ

ଭୋଟ ଚୋରି ଅଭିଯୋଗ: ରାହୁଲଙ୍କୁ ପ୍ରମାଣର ଦସ୍ତାବିଜ୍‌ ମାଗିଲେ କର୍ନାଟକ ସିଇଓ

ନୂଆଦିଲ୍ଲୀ,୧୦ା୮: ୨୦୨୪ ଲୋକ ସଭା ନିର୍ବାଚନରେ ଭୋଟର ଜାଲିଆତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଅଭିଯୋଗ ଉପରେ କର୍ନାଟକ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ରବିବାର ତାଙ୍କୁ ନୋଟିସ୍‌ ପଠାଇ ଏହାର ପ୍ରମାଣ ପାଇଁ ଆବଶ୍ୟକ ଦସ୍ତାବିଜ୍‌ ମାଗିଛନ୍ତି।

ଜଣେ ମହିଳା ଦୁଇଥର ଭୋଟ ଦେଇଥିଲେ ବୋଲି କେଉଁ ଦସ୍ତାବିଜ୍‌ ଆଧାରରେ ଅଭିଯୋଗ ଆଣିଲେ, ତାହା ଦେଖାଇବାକୁ ସିଇଓ କହିଛନ୍ତି। ତାହା ପାଇବା ପରେ ସିଇଓଙ୍କ କାର୍ଯ୍ୟାଳୟ ସବିଶେଷ ତଦନ୍ତ କରାଯାଇପାରିବ ବୋଲି ନୋଟିସରେ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାହୁଲ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କର୍ନାଟକର ମହାଦେବପୁରା ନିର୍ବାଚନ ମଣ୍ଡଳରେ ବ୍ୟାପକ ଭୋଟ୍‌ ଚୋରି ହୋଇଥିଲା। ନକଲି ନାମ, ଜାଲ୍‌ ଠିକଣା ସମେତ ଗୋଟିଏ ଠିକଣାରେ ଏକାଧିକ ନାମ ପଞ୍ଜୀକରଣ ଜରିଆରେ ଲକ୍ଷାଧିକ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ।

Share