କର୍ନାଟକ ବିଧାନସଭା ନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୨୪।୪: ତାମିଲନାଡୁର ବିରୋଧୀ ଦଳ ନେତା କେ ପାଲାନିସ୍ବାମୀ ନେତୃତ୍ୱାଧୀନ ଦଳ ଏଆଇଏଡିଏମ୍‌କେ ସୋମବାର କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଦଳର ଏକମାତ୍ର ପ୍ରାର୍ଥୀପତ୍ରକୁ ପ୍ରତ୍ୟାହାର କରିନେଇଛି।

ଭାଜପାର ବରିଷ୍ଠ ନେତା ଦିଲ୍ଲୀରୁ ଫୋନ ଯୋଗେ ପାଲାନିସ୍ବାମୀଙ୍କ ସହ କଥା ହୋଇଥିଲେ। ଅନୁରୋଧ ପରେ ବି ପାଲାନିସ୍ବାମୀ ରାଜି ହୋଇନାହାନ୍ତି। ତେବେ କଥାବାର୍ତ୍ତା ସମୟରେ ସେ ପୁଲକେଶିନଗର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଡି ଅନବରସନଙ୍କ ନାମ ପ୍ରତ୍ୟାହାର କରିବାକୁ କହିଛନ୍ତି।

Share