White House Deputy Press Secretary Karine Jean-Pierre smiles after being introduced by current White House Press Secretary Jennifer Psaki as President Joe Biden's next White House press secretary at the White House in Washington, U.S., May 5, 2022. REUTERS/Kevin Lamarque
ଓ୍ବାଶିଂଟନ,୭ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ ଭାବେ କୃଷ୍ଣକାୟ କ୍ୟାରିନ୍ ଜିନ୍ପିଏରେଙ୍କ ନାମ ଘୋଷଣା କରିଛନ୍ତି। ଆମେରିକା ଇତିହାସରେ ପ୍ରଥମଥର ପାଇଁ ଜଣେ କୃଷ୍ଣକାୟ ଏବଂ ଏଲ୍ଜିବିଟି ମହିଳାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ମିଳିଛି। ବର୍ତ୍ତମାନର ପ୍ରେସ୍ ସଚିବ ଇନ୍କୁମବେଣ୍ଟ ଜେନ୍ ସାକି ଆସନ୍ତା ୧୩ରେ ଅବସର ନେବେ। ୧୯୭୭ ଅଗଷ୍ଟ ୧୩ରେ ଫୋରର୍ଟ-ଡି-ଫ୍ରାନ୍ସରେ ଜନ୍ମିତ କ୍ୟାରିନ୍ ଜଣେ ପଲିଟିକାଲ କ୍ୟାମ୍ପେନର, ସାମାଜିକ କର୍ମୀ ଓ ଲେଖିକା। ସେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଦାୟିତ୍ୱରେ କିଛିଦିନ ରହିଥିଲେ ।