କାର୍ଗିଲ ବିଜୟ ଦିବସ ଅବସରରେ ଲଦାଖ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ଶହୀଦ ଯବାନଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୩।୭: ଜୁଲାଇ ୨୬ ହେଉଛି କାର୍ଗିଲ ବିଜୟ ଦିବସର ୨୪ ତମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖର ଦ୍ରାସରେ ପହଞ୍ଚି ଭାରତୀୟ ସେନାର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀରୁ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିବେ। ଏଠାରୁ ସେ ଦ୍ରାସକୁ ଯିବେ ଯେଉଁଠାରେ ସେ ପ୍ରାୟ ଏକ ଘଣ୍ଟା ରହିବେ। ଏହି ସମୟ ମଧ୍ୟରେ ସେ ସୈନିକମାନଙ୍କ ସହ କଥାବାର୍ତ୍ତା କରିବେ ଏବଂ ପାକିସ୍ତାନ ସହ ୧୯୯୯ରେ ହୋଇଥିବା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।