୧୮ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ ଲାଗି ନେଉଛନ୍ତି ମୋଟା ପାଉଣା 

ବମ୍ବେ: ବିଗ୍‌ବସ୍‌ରୁ ଲୋକପ୍ରିୟତା ବୃଦ୍ଧି ପାଇବା ପରେ ଏବେ ପାଉଣା ବଢ଼ାଇଛନ୍ତି ଟେଲି ଅଭିନେତା କରନ୍‌ କୁନ୍ଦ୍ରା। କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ ‘ଇସ୍କ ମେ ଘାୟଲ’ରେ ନଜର ଆସିବେ ସେ। ଏହାର ଏପିସୋଡ ପିଛା ସେ ୫ ଲକ୍ଷ ନେବେ ବୋଲି ଜଣାପଡ଼ିଛି।

ଧାରାବାହିକରେ କରନ୍‌ଙ୍କ ବ୍ୟତିତ ଗଶମୀର ମହାଜନୀ ଏବଂ ରୀମ ଶେଖ୍‌ ପ୍ରମୁଖ ଭୂମିକାରେ ନଜର ଆସିବେ। ଖୁବ୍‌ଶୀଘ୍ର ଏହା ପ୍ରସାରିତ ହେବାକୁ ଯାଉଥିବା ବେଳେ ନିକଟରେ ଏହାର ଟିଜର ରିଲିଜ କରାଯାଇଛି। ଏଥିରେ ୩୮ ବର୍ଷୀୟ କରନ୍‌ଙ୍କୁ ୨୦ ବର୍ଷୀୟ ରିମ୍‌ଙ୍କ ସହ ରୋମାନ୍ସ କରୁଥିବା ଦେଖାଯାଇଛି।

ଶୋ’ର କାହାଣୀ ଯଦି ଦେଖାଯାଏ ତେବେ ଏହା ଏକ ସୁପର ନାଚୁରାଲ ଡ୍ରାମା, ଦ ଭାମ୍ପାୟାର ଷ୍ଟୋରୀଜ୍‌୍‌ରୁ ଅନୁପ୍ରାଣିତ ହୋଇଛି। ଏଥିରେ ଜଣେ ସାହସୀ ଯୁବତୀ ଏବଂ ଦୁଇ ଭାଇ(ବିୟରବୁଲ୍‌)ଙ୍କ ମଧ୍ୟରେ ସମ୍ପର୍କକୁ ଦେଖିବାକୁ ମିଳିବ। ଧାରାବାହିକରେ କରନ୍‌ଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ, ଯାହାକୁ ନେଇ ତାଙ୍କ ପ୍ରଶଂସକ ଉତ୍ସାହିତ ଅଛନ୍ତି।