ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା!

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ତାଙ୍କ ପରିବାରକୁ ଆଉ ଜଣେ ନୂଆ ସଦସ୍ୟ ଆସୁଛନ୍ତି। ଅର୍ଥାତ୍‌ କପିଲ ପୁଣିଥରେ ବାପା ହେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କପିଲଙ୍କ ସ୍ତ୍ରୀ ଗିନ୍ନି ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ୨୦୨୧ ଜାନୁୟାରୀରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ। ଆହୁରି ମଧ୍ୟ କୁହାଯାଉଛି ଯେ, ଏଥିପାଇଁ କପିଲଙ୍କ ମା’ ମୁମ୍ବାଇରେ ପହଞ୍ଚି ସାରିଲେଣି। ଖୁବ୍‌ଶୀଘ୍ର ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମୁମ୍ବାଇ ଆସିବେ।
ଗତ କରବାଚୌଥ ଦିନ କପିଲଙ୍କ ବନ୍ଧୁ ଭାରତୀ ସିଂହ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଭିଡିଓରେ ଆସିଥିଲେ। ଏହି ଲାଇଭ୍‌ ଷ୍ଟ୍ରିମ୍‌ ଶେଷରେ କିଛି ସମୟ ପାଇଁ ଗିନ୍ନିଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ତାଙ୍କର ବେବି ବମ୍ପ୍‌ ମଧ୍ୟ ଦେଖିବାକୁ ମିଳିଥିଲା। ମାତ୍ର କପିଲ ଏବଂ ତାଙ୍କ ପରିବାର ପକ୍ଷରୁ ଏ ନେଇ ଅଫିସିଆଲି କିଛି ଷୋଷଣା କରାଯାଇ ନାହିଁ। ତେବେ ଏହା ଯଦି ସତ ହୋଇଥାଏ ତେବେ କପିଲ ଏବଂ ଗିନ୍ନିଙ୍କର ଏହା ଦ୍ୱିତୀୟ ସନ୍ତାନ ହେବ। ପୂର୍ବରୁ ସେମାନଙ୍କର ଅନାୟରା ନାମକ ଏକ ଝିଅ ଅଛନ୍ତି ।