ଓ୍ବେବ୍‌ସିରିଜ୍‌ରେ କପିଲ

ବମ୍ବେ: ଓଜନ କମାଇ ଚର୍ଚ୍ଚାରେ କମେଡିଆନ କପିଲ ଶର୍ମା। ପ୍ରଥମେ କମେଡି ଶୋ’ରେ ପ୍ରତିଯୋଗୀ ଭାବେ ଚମକିବା ପରେ ନିଜର ସ୍ବତନ୍ତ୍ର ଶୋ’ରେ ନଜର ଆସିଥିଲେ କପିଲ। ଏହାପରେ ଏକାଧିକ ଫିଲ୍ମରେ କାମ କରିଥିଲେ ସେ। ହେଲେ ଫିଲ୍ମଗୁଡ଼ିକ ସେତେଟା ସଫଳ ହୋଇ ନ ଥିଲା। ଏବେ ଆଉ ଗୋଟିଏ ପାଦ ଆଗକୁ ଯାଇଛନ୍ତି କପିଲ। ତାଙ୍କୁ ନିକଟ ଭବିଷ୍ୟତରେ ଓ୍ବେବ୍‌ସିରିଜ୍‌ରେ ଦେଖିବାକୁ ମିଳିପାରେ।

ଓ୍ବେବ୍‌ସିରିଜ୍‌ରେ କାମ କରିବାକୁ କପିଲ ପରିଶ୍ରମ ଆରମ୍ଭ କରି ସାରିଲେଣି। ସେ ପ୍ରତ୍ୟେହ ବ୍ୟାୟାମ କରିବା ସହ ଜିମ୍‌ ମଧ୍ୟ ଯାଉଛନ୍ତି। ଫଳରେ ସେ ୧୧ କିଲୋ ଓଜନ କମାଇଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ କପିଲ ଓ୍ବେବ୍‌ସିରିଜ କରୁଥିବା ନେଇ କହୁଛନ୍ତି। ଏହାଶୁଣି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସ୍ବାଗତ କରୁଛନ୍ତି। ତେବେ ଏହି ସିରିଜ୍‌ର ନାଁ କ’ଣ ଏବଂ ଏହା କେବେ ରିଲିଜ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଖୁବ୍‌ଶୀଘ୍ର କପିଲ ସେନେଇ ପ୍ରଶଂସକଙ୍କୁ ସୂଚନା ଦେଇ ପାରନ୍ତି।