ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା ଚୋପ୍ରା ଅତିଥି ଭାବରେ ନଜର ଆସିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ। କିନ୍ତୁ ଏଥର ସେ ଏକ ଆଇନଗତ ବିବାଦରେ ଫସିଯାଇଛନ୍ତି। ଶୋ’ର ତୃତୀୟ ସିଜିନରେ ବିନା ଅନୁମତିରେ ତିନୋଟି ବଲିଉଡ ଗୀତ ବ୍ୟବହାର କରାଯାଇଥିଲା। ଏହି କାରଣରୁ ଫୋନୋଗ୍ରାଫିକ ପରଫର୍ମାନ୍ସ ଲିମିଟେଡ (ପିପିଏଲ) ଇଣ୍ଡିଆ ଶୋ’ର ନିର୍ମାତାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ମାମଲା ଦାୟର କରିଛି।
ପିପିଏଲ ଇଣ୍ଡିଆ ବମ୍ବେ ହାଇକୋର୍ଟରେ ଏକ ମାମଲା ଦାୟର କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ, ଜୁନ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଶୋ’ର କିଛି ଏପିସୋଡରେ ଲାଇସେନ୍ସ ବିନା ତିନୋଟି ଗୀତ ବ୍ୟବହାର କରାଯାଇଥିଲା। ଏହି ଗୀତଗୁଡ଼ିକ ମଧ୍ୟରେ ‘ଏମ ବୋଲେ ତୋ’ (ମୁନ୍ନାଭାଇ MBBS), ‘ରାମା ରେ’ (କାଣ୍ଟେ), ଏବଂ ‘ସୁବା ହୋନେ ନା ଦେ (ଦେଶୀ ବୟଜ) ଅନ୍ତର୍ଭୁକ୍ତ ଥିଲା। ଏହି ଗୀତଗୁଡ଼ିକ ପାଇଁ ବୈଧ ଲାଇସେନ୍ସ ଆବଶ୍ୟକ ଥିଲା।
କପିଲ ଶର୍ମାଙ୍କ ଶୋ’ରେ ବ୍ୟବହୃତ ଗୀତଗୁଡ଼ିକ ୧୯୫୭ର କପିରାଇଟ ଆଇନ ଅଧୀନରେ ଆସେ। ଏହାର ଅର୍ଥ ହେଉଛି ଯେ, ଜନସାଧାରଣଙ୍କୁ ବଜାଇଥିବା କିମ୍ବା ଦେଖାଯାଉଥିବା ଯେକୌଣସି ଗୀତ ପାଇଁ ଅଧିକାର ଧାରକଙ୍କଠାରୁ ଲାଇସେନ୍ସ ଆବଶ୍ୟକ। କିନ୍ତୁ ଶୋ’ରେ ଲାଇସେନ୍ସ ମଗାଯାଇ ନ ଥିଲା କିମ୍ବା ମଂଜୁର କରାଯାଇ ନ ଥିଲା।

ଏହି କାରଣରୁ K9 ଫିଲ୍ମସ ପ୍ରାଇଭେଟ ଲିମିଟେଡ ଏବଂ ବିଇଙ୍ଗୟୁ ଷ୍ଟୁଡିଓଜ ପ୍ରାଇଭେଟ ଲିମିଟେଡ କପିରାଇଟ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି।

 

Dharitri – Odisha’s No.1 Odia Daily