Categories: Home Leftଖେଳ

ଛୋଟ ହାତ ଲେଖା ଶୁଭେଚ୍ଛା ପଠାଇଥିଲେ କପିଳ ଦେବ

ମୋହାଲି,୯।୩: ଅଗ୍ରଣୀ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ଭାଙ୍ଗ କରିଥିଲେ। ଏହି ଅବସରରେ ପୂର୍ବତନ ଅଧିନାୟକ ଏକ ଛୋଟ୍‌ ହାତ ଲେଖା ଶୁଭେଚ୍ଛା ପଠାଇଥିବା କହିଛନ୍ତି ଭେଟେରାନ ସ୍ପିନର।

“ସେ ମୋ ଘରକୁ ଫୁଲତୋଡ଼ା ପଠାଇଥିଲେ। ତା’ ସହିତ ତାଙ୍କ ରେକର୍ଡ ଭଙ୍ଗ କରିବା ପାଇଁ ଏକ ଛୋଟ ହାତ ଲେଖା ଶୁଭେଚ୍ଛା ଦେଇଥିଲେ। ଅତୀତରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କପିଳ ଦେବ, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ହରଭଜନ ସିଂଙ୍କୁ ଲୋକେ ଭୁଲି ଯାଇପାରନ୍ତି। କିନ୍ତୁ ସେମାନଙ୍କ ପାଇଁ ମୁଁ ଆଜି ଏଠାରେ ପହଞ୍ଚି ପାରିଛି” ବୋଲି ବିସିସିଆଇ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ଅଶ୍ୱିନ କହିଛନ୍ତି।

Share