ଓସ୍କାର ଦୌଡ଼ରେ କାନ୍ତାରା, ତନ୍ବି ଦି ଗ୍ରେଟ୍‌

ଲସ୍‌ ଏଞ୍ଜେଲ୍ସ,୧୦ା୧: ଚଳିତ ବର୍ଷର ଓସ୍କାର ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଁ ପ୍ରତିଯୋଗିତାରେ ସାମିଲ ହେବାକୁ ଯୋଗ୍ୟତା ଅର୍ଜନ କରିଥିବା ୨୦୧ଟି ଫିଚର ଫିଲ୍ମ ମଧ୍ୟରେ କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା: ଏ ଲିଜେଣ୍ଡ- ଚାପ୍ଟର ୧’ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ତନ୍ବି ଦି ଗ୍ରେଟ୍‌’ ରହିଛି। ଦି ଏକାଡେମୀ ଅଫ୍‌ ମୋଶନ ପିକ୍ସର ଆଟର୍‌ସ ଆଣ୍ଡ ସାଇନ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି। ୯୮ତମ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ଚଳଚ୍ଚିତ୍ରଗୁଡ଼ିକର ତାଲିକା ଗୁରୁବାର ପ୍ରକାଶ ପାଇଥିଲା। ଆସନ୍ତା ୨୨ରେ ନାମାଙ୍କନ ଘୋଷଣା ହେବ। ୯୮ତମ ଏକାଡେମୀ ପୁରସ୍କାର ପାଇଁ ମୋଟ ୩୧୭ ଫିଚର ଫିଲ୍ମ ଯୋଗ୍ୟ ବିବେଚିତ ହୋଇଥିବାବେଳେ ସେଥିରୁ ୨୦୧ଟି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଅତିରିକ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି। ଅନୁପମ୍‌ ଖେର୍‌ଙ୍କ ନିର୍ଦ୍ଦେଶିତ ବହୁଭାଷୀ ଆନିମେଟେଡ୍‌ ଚଳଚ୍ଚିତ୍ର ‘ମହାବତାର ନରସିଂହା’ ଏବଂ ପ୍ରଥମ ଥର ଫିଲ୍ମ ନିର୍ମାତା ହୋଇଥିବା ଅବିଶାନ ଜୀବିନ୍ଥଙ୍କ ତାମିଲ ଟାଇଟଲ୍‌ ‘ଟୁରିଷ୍ଟ ଫାମିଲି’ ଏବଂ ରାଧିକା ଆପ୍‌ଟେ ଅଭିନୀତ ‘ସିଷ୍ଟର ମିଡ୍‌ନାଇଟ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛି।

Dharitri – The Largest & Most Trusted Odia Daily