ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଗୋପାଳ ଭାବେ ଲୀଳା କରିଥିଲେ। ତାଙ୍କର ଗୋଟିଏ ଡାକରେ ଗାଈମାନେ ଧାଇଁ ଆସୁଥିଲେ। ସେ ବଇଁଶି ବଜାଇ ସମସ୍ତଙ୍କ ମନ ମୋହୁଥିଲେ।ଏବେ କଳିଯୁଗରେ ମଧ୍ୟ ସେଭଳି ଏକ ଦୃଶ୍ୟ ଲୋକଙ୍କୁ ଅଭିଭୂତ କରୁଛି। ପିଲାର ଡାକରେ ଶହ ଶହ ଗାଈ ଧାଇଁ ଆସୁଛନ୍ତି। ଏଣୁ ଲୋକମାନେ ତାଙ୍କୁ “କଳିଯୁଗର କୃଷ୍ଣ” ବୋଲି କହୁଛନ୍ତି।
ପିଲାଟି କାନ୍ଧରେ ପକାଇଛି ଗାମୁଛା। ହାତରେ ବାଡ଼ି ଧରି ଗାଈମାନଙ୍କ ପଛରେ ଦୌଡୁଛି। ସେମାନଙ୍କୁ ସେମାନଙ୍କ ନାମ ଧରି ଡାକୁଛି। ତାଙ୍କର ଏକ ଭିଡିଓକୁ @shauryabjym ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ୩.୬୯ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।
ଲୋକମାନେ ପିଲାଟିର ଗାଈ ପ୍ରତି ଭଲପାଇବା ଏବଂ ତାର ଆଶ୍ଚର୍ଯ୍ୟଜନକ ଦକ୍ଷତାକୁ ପ୍ରଶଂସା କରୁଛନ୍ତି। ଏମିତି ଲାଗୁଛି ଯେପରି ଗାଈମାନେ ତାଙ୍କ ଡାକ ବୁଝିପାରୁଛନ୍ତି। ତାଙ୍କର ଗୋଟିଏ ଡାକରେ ସେମାନେ ଚାଲି ଆସୁଛନ୍ତି। ଅନ୍ୟ ଗାଈମାନେ ସମାନ ଭାବରେ ତାଙ୍କ କଥା ଶୁଣୁଛନ୍ତି।
ଦେଖନ୍ତୁ ଭିଡିଓ:
ଏହି ଭିଡିଓରେ ପିଲାଟିର ନାମ କିରଣ ବୋଲି ଜଣାପଡ଼ିଛି। ଭିଡିଓକୁ ଶେୟାର କରିବା ବେଳେ କ୍ୟାପସନରେ ଲେଖା ଅଛି, “ଆଜି ଫେସବୁକରେ ଗୁଜୁରାଟର ଏକ କୁନି ବାଳକ ଭାଇରାଲ ହେଉଛନ୍ତି। ଗାଈ ପ୍ରତି ତାଙ୍କର ପ୍ରେମ ଦେଖି ଲୋକମାନେ ତାଙ୍କୁ “କଳିଯୁଗର କୃଷ୍ଣ” ବୋଲି ଡାକୁଛନ୍ତି।
Dharitri – Odisha’s No.1 Odia Daily