କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା:ଦାରିଙ୍ଗବାଡିରୁ ଭୁବନେଶ୍ୱର ଯିବାକୁ ପଡୁଛି ଆଉ ୩୫କିମି ଅଧିକ ବାଟ

ଦାରିଙ୍ଗବାଡି, ୨୨।୯(ଅରୁଣ ସାହୁ):କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ପରେ ଜିଲାର ଦୁର୍ଗମ ଓ ଘାଟି ପାହାଡ଼ ଉପରେ ରହିଥିବା ଦାରିଙ୍ଗବାଡିବାସୀଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି। ଯେଉଁ ଯାତ୍ରୀମାନେ ବସ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କୁ ପୂର୍ବରୁ ୨୬୫ କିମି ବସରେ ଯାତ୍ରା କରିବାକୁ ପଡୁଥିଲା।ଏବେ ଆଉ ୩୫କିମି ବୁଲି ବୁଲି ଯିବାକୁ ପଡୁଛି।

ପ୍ରକାଶ ଯେ, ପୂର୍ବରୁ ଦାରିଙ୍ଗବାଡିରୁ କ. ନୂଆଗାଁ, ରାଇକିଆ, ଜି. ଉଦୟଗିରି,କଳିଙ୍ଗା ଦେଇ ଭଞ୍ଜନଗର ଦେଇ ଭୁବନେଶ୍ୱର ଯାଉଥିଲେ କିନ୍ତୁ ଏବେ ଦାରିଙ୍ଗବାଡିରୁ ବାହାରିଥିବା ବସ ଗୁଡିକ ଟିକାବାଲି ବ୍ଲକ ତେଙ୍ଗ ଛକ ଦେଇ ଚକାପାଦ, ଗଞ୍ଜାମ ବଦାଙ୍ଗି ଦେଇ ଭଞ୍ଜନଗର ବାହାରୁଛି ଫଳରେ ଯାତ୍ରୀ ମାନେ ଜରୁରୀ କାର୍ଯ୍ୟରେ ସ୍ବତନ୍ତ୍ର ଗାଡି ଭଡା ସୂତ୍ରରେ ନେଇ ଦାରିଙ୍ଗବାଡିରୁ ଗଞ୍ଜାମ ସୋରଡ଼ା, ଆସିକା ଦେଇ ବହୁ ଖର୍ଚ୍ଚାନ୍ତ ହୋଇ ଯାଉଥିବା ଜଣାପଡିଛି। ସେହିପରି ବସରେ ଯାତ୍ରୀ ସଂଖ୍ୟା ବହୁତ କମ ଯୋଗୁ ବହୁତ କ୍ଷତି ସହିବାକୁ ପଡୁଥିବା ବସ କଣ୍ଡକ୍ଟର ମନୋରଞ୍ଜନ ବାଡ଼ତିଆ କହିଛନ୍ତି।

 

 

 

Share