ପୁରୁଷୋତ୍ତମପୁର,୨୧।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରତିଷ୍ଠିତ କିମ୍ବଦନ୍ତୀପୂର୍ଣ୍ଣ ତୁମ୍ବେଶ୍ବର ମହାଦେବଙ୍କ ପୀଠରେ ରାଜ୍ୟ,ଦେଶ ସହ ବିଶ୍ବର ମଙ୍ଗଳ ଲାଗି ମହାଜଜ୍ଞ ଅନୁଷ୍ଠିତ ହୋଇଛି। ସୋମବାର ଏହା ଷଷ୍ଠ ଦିବସରେ ପହଞ୍ଚିଥିବାବେଳେ ଏହି ଯଜ୍ଞର ଉଦ୍ଦେଶ୍ୟ ଏବଂ ନାମକରଣର ବିଶେଷ ମହତ୍ୱ ରହିଛି। ଏହା କଳିକଳୁଷ ନାଶ ବିଶ୍ବଶାନ୍ତି ମହାଯଜ୍ଞ ନାମରେ ନାମିତ ହୋଇଛି ।
ବର୍ତ୍ତମାନ କଳିଯୁଗରେ ରାଜ୍ୟ ତଥା ଦେଶରେ ଅସାମାଜିକଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତେ ଅସୁରକ୍ଷିତ ହୋଇପଡିଥିବା ବେଳେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇ କଳୁଶିତ ହୋଇପଡିଛି। ଏଣୁ ଏହି କଳୁଶିତକୁ ନାସକରି ଶାନ୍ତିର ବାତାବରଣ ରକ୍ଷା କରିବାଲାଗି ବିଶ୍ବ ପିତା ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ନିକଟରେ ଗ୍ରାମବାସୀ ଶରଣାପନ୍ନ ହୋଇ ବିଶ୍ବର ଶାନ୍ତିଲାଗି ଯଜ୍ଞର ଆୟୋଜନ କରିଥିବା ବରିଷ୍ଠ ବ୍ୟକ୍ତିୀ ତଥା ଯଜ୍ଞର କର୍ତ୍ତା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି।
ଏହି ଅବସରରେ ପ୍ରତ୍ୟେହ ନାମଯଜ୍ଞ, ଘୃତ ଯଜ୍ଞ,ଜ୍ଞାନ ଯଜ୍ଞ, ଗୋ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି ଚାଲିଛ। ଅଞ୍ଚଳରୁ ଶହଶହ ସଂଖ୍ୟାରେ ଭକ୍ତମାନେ ଆସି ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରୁଛନ୍ତି। ।ଏଥିରେ ମୁଖ୍ୟକର୍ତ୍ତା ଭାବେ ନରସିଂହ ମିଶ୍ର ଓ ତାଙ୍କ ପତ୍ନୀ ରହିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ପଣ୍ଡିତ ବ୍ରାହ୍ମଣ ଯୋଗଦେଇଛନ୍ତି। ଏହାକୁ ଯଜ୍ଞ କମିଟିର ଉପଦେଷ୍ଟା ପଦ୍ମଚରଣ ପଟ୍ଟନାୟକ, ସଭାପତି ଗୌରୀଶଙ୍କର ରାଉଳ, ସୁଦର୍ଶନ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଏକାଠି ହୋଇ ପରିଚାଳନା କରୁଛନ୍ତି।