ପୁରୁଷୋତ୍ତମପୁର,୨୭।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁଷାରେ ସକାଳୁ ପୂଜାର୍ଚ୍ଚନା କରାଯିବା ସହ ରଥ ପୂଜା ହୋଇଥିଲା। ଅପରାହ୍ନ ୪ଟାରେ କାଳିଆ ସାଆନ୍ତଙ୍କୁ ପହଣ୍ଡି କରିଆଣି ରଥାରୁଢ କରାଯାଇ ରଥଟଣା ହୋଇଥିଲା। କାଳିଆ ଠାକୁରଙ୍କୁ ଦର୍ଶନ କରିବା ସହ ରଥଟାଣିବା ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଏହାକୁ ମନ୍ଦିର ଟ୍ରଷ୍ଟବୋର୍ଡର ସମସ୍ତ ସଦସ୍ୟଙ୍କ ସମେତ ରଥସାହି ବାସିନ୍ଦାମାନେ ପରିଚାଳନା କରିଥିଲେ। ଥାନା ଆଇଆଇସି ରାଜେଶକୁମାର ନାୟକଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମତୟନ ରହି ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ। ସେହିପରି କନକା, କୁମାରୀ, ଶିକୁଳା ପ୍ରତାପୁର, ଭାଟକୁମରଡା, ସୁନାଥରରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।