ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

କେସିଙ୍ଗା,୨୧।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ସ୍ଥିତ ଜୁଗୁଲା ଡଙ୍ଗର ପରିସରରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ ମଙ୍ଗଳବାର ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଲସି ଗ୍ରାମର ଆଡ଼କଟା ଠାରୁ ଗିରିଗୋବର୍ଦ୍ଧନ ପୂଜାମଣ୍ଡପ ଯାଏ ପ୍ରାୟ ଏକ କିଲୋମିଟର କଳସ ଯାତ୍ରାରେ ଗ୍ରାମର ମହିଳା, ଯୁବତୀ ସାମିଲ ହୋଇଥିଲେ। କଳସ ଯାତ୍ରାରେ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଆଜିଠାରୁ ଆସନ୍ତା ୨୬ ତାରିଖ ଯାଏ କାର୍ଯ୍ୟକ୍ରମ ହେବାର ଥିଲା ବେଳେ ଲଘୁଚାପ ଜନିତ ବର୍ଷା ଯୋଗୁ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇ ଥିବା କମିଟି ପକ୍ଷରୁ ପ୍ରକାଶ କରାଯାଇଛି।

 

Dharitri – Odisha’s No.1 Odia Daily

Share
Tags: Kalahandi