ଚମକିଲେ କଳାହାଣ୍ଡିର ପୁଅ ଆଶିଷ ସରାଫ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ରେଳବାଇ ଅଡିଟୋରିୟରେ ବିଶ୍ବ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ବିୟୁଟି ଏକ୍ସପୋ ସିଜିନ ୯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେକ୍‌ଅପ୍‌ (ସାଜସଜ୍ଜା) ପ୍ରତିଯୋଗିତାରେ କଳାହାଣ୍ଡିର ପୁଅ ଆଶିଷ ସରାଫ ପ୍ରଥମ ସ୍ଥାନ ଅଧିକାର କରି ଚମକିଛନ୍ତି। ଏହି ପ୍ରତିଯୋଗିତାରେ ସାରା ଓଡ଼ିଶାରୁ ଅନେକ ପ୍ରତିଯୋଗୀ ଭାଗନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲିଉଡ୍‌ ଅଭିନେତା ତଥା ପ୍ରତିଷ୍ଠିତ ମଡେଲ ମୁଗ୍ଧା ଗଡ୍‌ସେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ପ୍ରତିଯୋଗୀଙ୍କ ପ୍ରଦର୍ଶନକୁ ପରଖିବା ପାଇଁ ଜୁରି କିୟୋ ବିୟୁଟିର ପ୍ରତିଷ୍ଠାତା ଗୀତାଞ୍ଜଳି ଶର୍ମା, ସାମାଜିକ କର୍ମୀ ବିୟୁଟି ବିଶେଷଜ୍ଞ ଝାନ୍‌ସୀରାଣୀ, ୨୦୨୪ର ମିସେସ୍‌ ବିୟୁଟି ପ୍ରତିଯୋଗିତା ବିଜେତା ପୂଜା ଚନା, ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଗୌରୀ ଶଙ୍କର ଦାସ, ସାମାଜିକ କର୍ମୀ ପଦ୍ମିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଆଶିଷ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ନକଟିଗୁଡା ଗ୍ରାମର ଶ୍ରୀକାନ୍ତ ସରାଫ ଓ ଯମୁନା ସରାଫଙ୍କ ପୁଅ ଅଟନ୍ତି। ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share