ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା ଓ ବଜାଶାଲ ଦୁଲିକିବ। ଭାରତର ପ୍ରତ୍ୟେକ ରାଜ୍ୟର ୨୫ଶହ କଳାକାରଙ୍କୁ ନେଇ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ କଳାହାଣ୍ଡିର ଘୁମୁରା ଓ ବଜାଶାଲ ସ୍ଥାନ ପାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରତିଭା ଅନୁଷ୍ଠାନର ୩୫ ଜଣ କଳାକାର ସ୍ଥାନ ପାଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପ୍ରତିଭାର ସଭାପତି ଧ୍ୟାନାନନ୍ଦ ପଣ୍ଡା। ଏହି ଖବର ପ୍ରଚାରିତ ହେବା ପରେ ଜିଲାବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।