ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ ନିହାର ରଞ୍ଜନ ମିଶ୍ର, ଉପସଭାପତି ମହେଶ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ଛତ୍ରିଆ ଓ କୋଷାଧକ୍ଷ ଭାବରେ ଜୟନ୍ତ କୁମାର ମୁଣ୍ଡ ନିର୍ବାଚିତ ହୋଇଛନ୍ତି। ସେହିପରି ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଗୌତମ ପଟ୍ଟନାୟକ, ବିନୟ କୁମାର ଦାଶ, ଇଲା ସେଲମା ଓ ଜ୍ୟୋସ୍ନା ମଞ୍ଜରୀ ମିଶ୍ର ଏବଂ କନିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଶକ୍ତି ସ୍ୱରୂପ ବେହେରା ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରିଚାଳନାରେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ ଚନ୍ଦ୍ର ପାତ୍ର, ସୁଜିତ କୁମାର ବହିଦାର, ଇଶ୍ୱ ରଞ୍ଜନ କୁମାର ଓ ସୂର୍ଯ୍ୟ ନାରାୟଣ କୁମାର ସହଯୋଗ କରିଥିଲେ। ଅନ୍ୟପକ୍ଷରେ,ଚତୁର୍ଥ ଥର ପାଇଁ ସଭାପତି ଭାବରେ ସନ୍ତୋଷ ପଣ୍ଡା ନିର୍ବାଚିତ ହୋଇଛନ୍ତି।