ନବୀନ ବେଳେ ଥିଲା ମୋହନ ବେଳେ କଟିଲା: ଏନ୍‌ଏସି ଘୋଷଣାରେ କଳାହାଣ୍ଡି ନାଁ ନାହିଁ, ବଢ଼ୁଛି…

ଭବାନୀପାଟଣା,୧୭।୮(ଉତ୍ତମ କୁମାର ଦାଶ): ରାଜ୍ୟରେ ନୂଆ ଏନ୍‌ଏସି ପାଇଁ ଶନିବାର ଡ୍ରାଫ୍ଟ ନୋଟିସ ପ୍ରକାଶ ପାଇଛି। ଏଥିରେ ୭ ଜିଲାରେ ୧୨ ଏନଏସି ଗଠନ ହେବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ହେଲେ ଏହି ବିଜ୍ଞପ୍ତିରେ କଳାହାଣ୍ଡି ଜିଲାର କୌଣସି ନା ନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲାର ଜୟପାଟଣା, ନର୍ଲା ଓ ଏମ ରାମପୁର କୁ ନୂତନ ଏନ୍‌ଏସି କରିବା ପାଇଁ ଘୋଷଣା କରିଥିଲେ। ଯାହାକୁ ନେଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ରାଜ୍ୟରେ ସରକାର ବଦଳିବା ପରେ ଏବେ ନୂଆ ଏନ୍‌ଏସି ଘୋଷଣା ତାଲିକାରେ କଳାହାଣ୍ଡିର କୋଣସି ନାଁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ନବୀନ ସରକାର ସମୟରେ ଏହି ୩ ଟି ଏନ୍‌ଏସିର ନାମ ଘୋଷଣା କରାଯାଇଥିବାବେଳେ ବର୍ତ୍ତମାନ ମୋହନ ସରକାର ସମୟରେ ଏହି ୩ ଟି ସ୍ଥାନର ନା କଟିଥିବା କୁହାଯାଉଛି।