କଳାହାଣ୍ଡି ଘୁମୁରା ଉତ୍ସବ: ବାଦ୍ୟଯନ୍ତ୍ରରେ କେସିଙ୍ଗା କମ୍ପିଲା ସହର, ବ୍ଲକ ଅଧ୍ୟକ୍ଷ-ବିଡିଓଙ୍କୁ…

କେସିଙ୍ଗା,୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପକ୍ଷରୁ ୨୮ତମ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଥିବା ବେଳେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ସଭାପତିତ୍ୱରେ ବିଦ୍ୟାପୀଠର ଖେଳ ପଡ଼ିଆଠାରେ ଗୁରୁବାର ଅନୁଷ୍ଠିତ ହୋଇଛି। ଆଜି ସକାଳେ ବେଲଖଣ୍ଡି ଧବଳେଶ୍ୱର ଶିବ ମନ୍ଦିର ୩୫ କିମି ଦୂରରୁ ଓ ବୁଡ଼ା ଡଙ୍ଗର ମନ୍ଦିରରୁ ମଶାଲଯାତ୍ରାରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଓ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ସମେତ ବ୍ଲକର କର୍ମଚାରୀଙ୍କ ସହ ଘୁମୁରା ବାଦ୍ୟରେ ସହର କମ୍ପି ଉଠିଥିଲା। ସହର ପରିକ୍ରମା କରି ବିଦ୍ୟାପୀଠର ବୁଢ଼ାରଜା ମଞ୍ଚରେ ସ୍ଥାପନ କରାଯାଇଥିଲା। ଅପରାହ୍ନରେ ବ୍ଲକର ୨୬ଟି ପଞ୍ଚାୟତରୁ ବିଭିନ୍ନ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଛନ୍ତି। ମଞ୍ଚରେ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଯୋଗଦେଇ ଥିଲେ।

ଏହି କାର୍ଯ୍ୟକ୍ରମରେ ହୁଳହୁଳି, ଝୋଟି, ଶଙ୍ଖ ପୁଙ୍ଖା, କେଶସଜ୍ଜା, ସମ୍ବଲପୁରୀ ନାଚ, ଡାଲଖାଇ, ରସର କେଳି ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ବିଭିନ୍ନ ବିଭାଗ ପକ୍ଷରୁ
୧୦ଟି ଷ୍ଟଲ୍‌ ଖୋଲା ଯାଇଥିଲା। ଏହି ୧୦ଟି ଷ୍ଟଲ୍‌ ମଧ୍ୟରୁ ଉଦ୍ୟାନ ବିଭାଗ ପକ୍ଷରୁ ତାଳ ତେଲ ଫଳ ପ୍ରଦର୍ଶନ କରାଯାଇଥିଲା। ଯେଉଁଥିରୁ ପାମୋଲିନ ତେଲ ଉତ୍ପାଦିତ ହୋଇଥାଏ। ଶିକ୍ଷକ ସୁରେନ୍ଦ୍ର ଦୋରା, ତପନ ଦାସ ଓ ହେମନ୍ତ ମାଝୀ ମଞ୍ଚ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share