ଦିଗପହଣ୍ଡିରେ କାଳବୈଶାଖୀର ଭୀମ ତାଣ୍ଡବ: ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ, ଉଡ଼ିଲା ଟିଣ ଛପର

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ କିଛି ଲୋକଙ୍କ ଘରର ଟିଣ ଓ ଚାଳ ଛପର ଉଡ଼ିଯାଇଛି। ଏନ୍‌ଏସି ୫ ନଂ ୱାର୍ଡ ଫୁଲସୁନ୍ଦରୀ ସାହିରେ ରହୁଥିବା ନରସିଂହ ବେହେରାଙ୍କ ଘରର ଟିଣ ଛପର ସମ୍ପୂର୍ଣ୍ଣ ରୂପେ ଉଡ଼ି ଯାଇଥିଲା। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ଓ ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ପରିସରରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ପଡିଥିଲା। ଦିଗପହଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପ୍ରାୟ ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ତହସିଲଦାର ସନ୍ତୋଷ ସାହୁ ଏବଂ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା କ୍ଷତିଗ୍ରସ୍ତ ନରସିଂହଙ୍କ ପରିବାରକୁ ଭେଟି ୩ଟି ପଲିଥିନ ଦେବା ସହ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share
Tags: ganjamodisha