ନୂଆଦିଲ୍ଲୀ,୩ା୪: ଦକ୍ଷିଣ ଆଫ୍ରିକୀୟ ପେସ ବୋଲର କାଗିସୋ ରାବାଡା ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ଏ ନେଇ ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ (ଜିଟି) ପକ୍ଷରୁ ଗୁରୁବାର କୁହାଯାଇଛି।
ତେବେ ରାବାଡା କେତେ ସମୟ ପର୍ଯ୍ୟନ୍ତ ଆଇପିଏଲ୍ରୁ ଦୂରେଇ ରହିବେ, ସେ ସମ୍ପର୍କରେ ଗୁଜରାଟ ଟାଇଟନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ।
ଚଳିତ ଆଇପିଏଲ୍ରେ ସେ ଦୁଇଟି ମ୍ୟାଚ ଖେଳିଛନ୍ତି। ରାବାଡା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁ ସ୍ବଦେଶ ଫେରିଛନ୍ତି ବୋଲି ଗୁଜରାଟ ପକ୍ଷରୁ କୁହାଯାଇଛି। ରାବାଡାଙ୍କ ଅନୁପସ୍ଥିତିରେ ଜିଟି ତାଙ୍କ ଦକ୍ଷିଣ ଆଫ୍ରିକୀୟ ସାଥି ଜେରାଲ୍ଡ କୋଏଟଜୀ କିମ୍ବା ଆଫଗାନିସ୍ତାନର ଅଲ୍ରାଉଣ୍ଡର କରିମ ଜନତଙ୍କୁ ଖେଳାଇପାରେ।