Categories: Home Leftଖେଳ

କବାଡି ଟୁର୍ନାମେଣ୍ଟ: ରାଉରକେଲା, ଝାରସୁଗୁଡ଼ା ବିଜୟୀ

ସୁନ୍ଦରଗଡ଼,୧୪।୧: ସୁନ୍ଦରଗଡ଼ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ଆନ୍ତଃଜିଲା କବାଡି ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି, ଭାରପ୍ରାପ୍ତ ପୌରନିର୍ବାହୀ ଅଧିକାରୀ ଜୟନ୍ତ ନାରାୟଣ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ ରାଉରକେଲା ଏବଂ ସମ୍ବଲପୁର କବାଡି କ୍ଲବ ମଧ୍ୟରେ ହୋଇଥିଲା। ଏଥିରେ ରାଉରକେଲା ଦଳ ୧୨ ପଏଣ୍ଟରେ ବିଜୟୀ ହୋଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ ଝାରସୁଗୁଡ଼ା ଏବଂ ବରଗଡ଼ ଦଳ ମଧ୍ୟରେ ହୋଇଥିଲା। ଏଥିରେ ଝାରସୁଗୁଡ଼ା ଦଳ ୩୬ ପଏଣ୍ଟରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚରେ ଡା.ମନୋଜ କୁମାର ଆଚାର୍ଯ୍ୟ, ସିନେ ତାରକା ପ୍ରଦୀପ ଦତ୍ତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ସଭାପତି ବାବୁଲି କାକ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ କ୍ଲବ କର୍ମକର୍ତ୍ତା ତ୍ରିଲୋଚନ କାକ୍‌ ସ୍ବାଗତ ଭାଷଣ ଓ ସମ୍ପାଦକ ନରଦୀପ ସିଂ ବିବରଣୀ ପାଠ କରିଥିଲେ। ଟୁର୍ନାମେଣ୍ଟରେ ୧୨ଟି ଦଳ ଭାଗ ଅଶଂ ଗ୍ରହଣ କରିଛନ୍ତି। ଆସନ୍ତା ୧୭ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କ୍ଲବର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

Share