ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ ହୋଇଥିଲା। ଏଥିରେ ଅନାମିକା କ୍ଲବ ଚାମ୍ପିୟନ ହୋଇଛି।

ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଶ୍ୱିନୀ ସ୍ବାଇଁ, ଭାଜପା ନେତା ସୁଧୀର ରଞ୍ଜନ ବହିଦାର, ନଳିନୀ ଦୋରା, ପ୍ରବୀଣ ସିଂଦେଓ ଏବଂ ଶିବ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

ଏଥିରେ ଅନୁଷ୍ଠାନର ସଭାପତି ମନୋଜ ଶର୍ମା, ସମ୍ପାଦକ ନବକିଶୋର ବାଗ, ରାଜେନ୍ଦ୍ର ସାହୁ, ଏକାମ ରଞ୍ଜନ ପତି, ବ୍ରହ୍ବାନନ୍ଦ ରାଉତ, ଭକ୍ତ ବାଗ, ସତ୍ୟମ ପରୁଆ, କୌଶିକ ସେଠ୍‌, ଭକ୍ତବନ୍ଧୁ ମହନ୍ତ, ନରେନ ମିଶ୍ର, ଦିବାକର କର ବଗର୍ତ୍ତୀ ଓ ବିନୋଦ ଭାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ। ଏହା ୩ଦିନ ଧରି ଚାଲିଥିଲା। ସେହିପରି ଛୋଟ ଛୋଟ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଚିତ୍ରାଙ୍କନ, ବକୃତା, ମ୍ୟୁଜିକାଲ ଚେୟାର ଓ ଦୌଡି ଡିଆଁ ଆଦି ଖେଳ ଅନୁଷ୍ଠିତ ହୋଇଥିଲା।