କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ। ଗାଁର କେଶବ ମଳିକଙ୍କ ଦୁଇ ଗୋରୁ, ଭଗବାନ ମଳିକ ଗୋଟିଏ ଓ ଶୁଶାନ୍ତ ମଳିକଙ୍କ ଗୋଟିଏ ଗୋରୁ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗାଁ ନିକଟରେ ଗୋରୁଙ୍କୁ ଚରାଇବା ସମୟରେ ଅଚାନକ ଏହି ଘଟଣା ଘଟିଛି। ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାର ହୋଇ ଥିବାରୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ବଜ୍ରାଘାତରେ ଗୋରଙ୍କ ମୃତ୍ୟୁ ହୋଇଯାଥିବାବେଳେ  କେମିତି ଚାଷ କରିବେ ଚିନ୍ତାରେ ରହିଛନ୍ତି।
ଯଦି ସରକାର ଏହି ଚାଷୀ ପରିବାରଙ୍କୁ କିଛି ସାହାର୍ଯ୍ୟ କରନ୍ତି ତା ହେଲେ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ଅପରପକ୍ଷେ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ବୀରେନ୍ଦ୍ର ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ପ୍ରାକୃତିକ ଦୁର୍ବିପାକରେ ଏଭଳି ଘଟଣା ହୋଇଥିବାଯୋଗୁ ବ୍ୟବଚ୍ଛେଦ ପରେ ସରକାରଙ୍କ ନିୟମାନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

Share