ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ବାଉଁଶନାଳ ଗ୍ରାମର ଚକ୍ରଧର ନାୟକ ଓ ଗୌରୀମଣି ନାୟକଙ୍କ ଏକମାତ୍ର ଝିଅ ଜ୍ୟୋତିର୍ମୟୀ ପିଲାଟିବେଳୁ ସଙ୍ଗୀତ ପ୍ରତି ରୁଚିରଖିଥିଲେ। ଜ୍ୟୋତିର୍ମୟୀ ଓଡ଼ିଆରେ ୧ହଜାରରୁ ଊଦ୍ଧର୍ବ ଗୀତ ଗାଇଥିବା ବେଳେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ମ୍ୟୁଜିକ ଥେରାପି ମାଧ୍ୟମରେ ଗୀତ ଗାଇ ଆନନ୍ଦପ୍ରଦାନ କରିଥାନ୍ତି। ଚଳିତ ଇଣ୍ଡିଆନ ଆଇଡଲ୍ -୧୬ରେ ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ କରି ବିଚାରକଙ୍କ ପ୍ରଥମପସନ୍ଦ ହୋଇପାରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅନୁରକ୍ତ ଜ୍ୟୋତିର୍ମୟୀ ଅନ୍ୟ ପ୍ରତିଯୋଗୀ କଣ୍ଠଶିଳ୍ପୀଙ୍କ ତୁଳନାରେ ଚମକତ୍ାର ପ୍ରଦର୍ଶନ କରି ସର୍ବାଗ୍ରେ ରହିଥିବା ବେଳେ ଫାଇନାଲରେ ବିଜୟମୁକୁଟ ପିନ୍ଧି ରାଜ୍ୟ, ଜିଲା ଏବଂ ଜନ୍ମମାଟି ନୀଳଗିରି ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ହଜାର ହଜାର ରାଜ୍ୟ ତଥା ନୀଳଗିରିବାସୀ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ କରିଥିବା ପରିବାରବର୍ଗ ସୂଚନା ଦେଇଛନ୍ତି।