ଭାଜପାରେ ଯୋଗଦେବେ ଜଷ୍ଟିସ୍‌ ଗଙ୍ଗୋପାଧ୍ୟାୟ

ନୂଆଦିଲ୍ଲୀ,୬।୩: କାଲ୍‌କାଟା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ଅପରାହ୍ନରେ ଭାଜପାରେ ଯୋଗଦେବେ ବୋଲି କହିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ତୃଣମୂଳ କଂଗ୍ରେସ ଦୁର୍ନୀତିଗ୍ରସ୍ତ। ମୋଦି କଠିନ ପରିଶ୍ରମୀ ଓ ସେ ଦେଶ ପାଇଁ କିଛି କରିବାକୁ ଉଦ୍ୟମ ଜାରି ରଖିଥିବାରୁ ରାଜନୀତିରେ ପ୍ରବେଶ ପାଇଁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଷ୍ଟିସ୍‌ ଗଙ୍ଗୋପାଧ୍ୟାୟ କହିଛନ୍ତି। ସେ ତାମଲୁକ୍‌ ଆସନରୁ ଲୋକ ସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share