Categories: Home Leftଖେଳ

ମ୍ୟାଚ୍‌ ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଲା

ଓ୍ବିମ୍ବେଲଡନ୍‌,୬ା୭: ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମ୍ୟାଚ୍‌ ଚାଲିଥିବା ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଛି।
ପରିବେଶ ସୁରକ୍ଷାକାରୀ ସଂସ୍ଥା ‘ଜଷ୍ଟ ଫର ଅଏଲ୍‌’ ପକ୍ଷରୁ ବିରୋଧ କରାଯାଇ ପ୍ରତିବାଦ କରାଯାଇଥିଲା। କୋର୍ଟ ନମ୍ବର ୧୮ରେ ମ୍ୟାଚ୍‌ ଖେଳାଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଗ୍ରିଗୋର ଦିମିଟ୍ରୋଭ୍‌ ସର୍ଭ କରିବାକୁ ଯାଉଥିବା ବେଳେ କୋର୍ଟ ମଧ୍ୟକୁ ଜଣେ ପୁରୁଷ ଓ ମହିଳା ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । ଉଭୟ କମଳା ରଙ୍ଗର କାଗଜ କୋର୍ଟ ମଧ୍ୟକୁ ଫିଙ୍ଗିଥିଲେ। ତେବେ ସେମାନେ କୋର୍ଟ ପର୍ଯ୍ୟନ୍ତ ଯିବା ପୂର୍ବରୁ ସୁରକ୍ଷା କର୍ମୀ ଉଭୟଙ୍କୁ ଆୟତ କରି ନେଇଥିଲେ । ପରେ ଉଭୟଙ୍କୁ ଗିରଫ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଆଶେସ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ସମାନ ସଂସ୍ଥା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।