ଜ୍ୟୋତିଷଶାସ୍ତ୍ର ଅନୁସାରେ ଏକ ନିଶ୍ଚିତ ଅନ୍ତରାଳରେ ଗ୍ରହ ଉଦୟ ଏବଂ ଅସ୍ତ ହୁଅନ୍ତି। ଏହାର ପ୍ରଭାବ ମାନବ ଜୀବନ ଏବଂ ଦେଶଦୁନିଆ ଉପରେ ଦେଖିବାକୁ ମିଳିଥାଏ। ଦେବତାଙ୍କ ଗୁରୁ ବୃହସ୍ପତି ଜୁଲାଇ ୨୦୨୫ରେ ମିଥୁନ ରାଶିରେ ଉଦୟ ହେବାକୁ ଯାଉଛନ୍ତି। ଏହାର ପ୍ରଭାବ ସମସ୍ତ ରାଶିର ଜାତକଧାରୀଙ୍କ ଉପରେ ପଡ଼ିବ। ହେଲେ ୩ ରାଶି ଏଭଳି ରହିଛି ଯାହାର ଭାଗ୍ୟ ଏହି ସମୟରେ ଚମକିପାରେ। ଏଥିସହ ପଦ ପ୍ରତିଷ୍ଠା ସହ ଧନଲାଭ ହୋଇପାରେ। ଆସନ୍ତୁ ଜାଣିବା…
ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗୁରୁ ଗ୍ରହର ଉଦୟ ହେବା ଅନୁକୂଳ ରହିବ। କାରଣ ଏହା ରାଶିରଲଗ୍ନ ସ୍ଥାନରେ ଉଦୟ ହେବେ। ଏଥିପାଇଁ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହ ସହକର୍ମୀଙ୍କ ସହ ସମ୍ପନ୍ଧ ଭଲ ରହିବ। କ୍ୟାରିୟରରେ ସଫଳତାର ସୁବର୍ଣ୍ଣ ସୁଯୋଗ ମିଳିବ। ଯୋଜନା ସଫଳ ହେବ। ବିବାହ କଥା ଆଗକୁ ବଢ଼ିପାରେ। ବୈବାହିକ ଜୀବନରେ ସମସ୍ୟା ଥିଲେ ତାହାର ସମାଧାନ ହୋଇପାରେ।
ତୁଳା ରାଶି:
ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୃହସ୍ପତି ଉଦୟ ହେବା ଲାଭଦାୟକ ସାବ୍ୟସ୍ତ ହେବ। କାରଣ ଗୁରୁ ଗ୍ରହ ଆପଣଙ୍କ କୁଣ୍ଡଳୀର ଭାଗ୍ୟ ସ୍ଥାନରେ ଉଦୟ ହେବେ। ଏଥିପାଇଁ ଆପଣଙ୍କ ଭାଗ୍ୟ ବଦଳିବ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କୌଣସି ଧାର୍ମିକ ସ୍ଥାନକୁ ଯିବାକୁ ଚାହୁଁଥିଲେ, ସେହି ଯୋଜନା ଏବେ ଆଗକୁ ବଢ଼ିପାରେ। ଦେଶବିଦେଶ ଯାତ୍ରା କରିପାରନ୍ତି। ୟ
ସିଂହ ରାଶି:
ଏସବୁ ରାଶି ପାଇଁ ଗୁରୁ ଗ୍ରହ ଉ ହେବା ସକରାତ୍ମକ ଫଳ ଦେବ। କାରଣ ଏହା ଆପଣଙ୍କ କୁଣ୍ଡଳୀର ୧୧ତମ ସ୍ଥାନରେ ଉଦୟ ହେବାକୁ ଯାଉଛନ୍ତି। ଏଣୁ ଆପଣଙ୍କ ଆୟ ବଢ଼ିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପରିବାରରେ ସୁଖ ଶାନ୍ତି ବଢ଼ିବ। ଚାକିରି କ୍ଷେତ୍ରରେ ପ୍ରମୋଶନ ମିଳିବ। ପାରିବାରିକ ଜୀବନରେ ସୁଖଶାନ୍ତି ବଢ଼ିବ। ବ୍ୟବସାୟୀମାନେ ବଡ଼ ଡ଼ିଲ କରିପାରନ୍ତି, ଯାହାଦ୍ୱାରା ଭବିଷ୍ୟତରେ ଲାଭ ହେବ।